Categories: ଜାତୀୟ

ବାରୁଦ ଗଦାରେ କଶ୍ମୀର: ନିଜ ସନ୍ତାନଙ୍କୁ ବିଦେଶରେ ପଢ଼ାଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦ ଶିକ୍ଷା ଦେଉଛନ୍ତି ବିଚ୍ଛିନ୍ନତାବାଦୀ

ଶ୍ରୀନଗର,୪।୭:ଜମ୍ମୁ-କଶ୍ମୀରକୁ ଆତଙ୍କବାଦର ବାରୁଦ ଗଦାରେ ରଖିବାରେ ବିଚ୍ଛିନ୍ନତାବାଦୀ ନେତାଙ୍କର ହାତ ରହିଛି। ସେମାନେ ନିଜ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ାଉଥିବାବେଳେ ସ୍ଥାନୀୟ ଯୁବକଙ୍କୁ ଜେହାଦୀ ଶିକ୍ଷାଦେଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଇବା କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ୧୧୨ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କର ୨୧୦ ଜଣ ସନ୍ତାନ ବିଭିନ୍ନ  ରାଷ୍ଟ୍ରରେ ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସେଥିମଧ୍ୟରେ ୧୪ ହୁରିଆତ୍‌ ନେତାଙ୍କର ୨୧ ସନ୍ତାନ ରହିଛନ୍ତି। ସ୍ଥାନୀୟ ବେକାର ଯୁବକଙ୍କୁ ପଥରଫିଙ୍ଗା କାର୍ଯ୍ୟରେ ଲଗାଇ ରାଜ୍ୟରେ ଅଶାନ୍ତି ତଥା ହିଂସାକାଣ୍ଡ ଘଟାଇବା ଏଭଳି ନେତାଙ୍କ ମୁଖ୍ୟ କାର୍ଯ୍ୟ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share