ବାରିପଦା ବନଖଣ୍ଡରେ ଅଛନ୍ତି ୮୧୫୭ ପକ୍ଷୀ

ବାରିପଦା ଅଫିସ,୨୫ା୧- ଶୀତ ଋତୁରେ ମୟୂରଭଞ୍ଜ ଜିଲାକୁ ଦେଶ ବିଦେଶ ତଥା ବିଭିନ୍ନ ଅଞ୍ଚଳରୁ ଆସୁଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ଗତ ୩ ଓ ୪ ତାରିଖ ଦୁଇଦିନ ଧରି କରାଯାଇଥିଲା। ବାରିପଦା ବନଖଣ୍ଡର ୭ଟି ବନାଞ୍ଚଳରେ ଗଣନା କାର୍ଯ୍ୟ ଶେଷ ହୋଇ ରିପୋର୍ଟ ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଏହି ବନଖଣ୍ଡରେ ୮ ହଜାର ୧୫୭ ପକ୍ଷୀ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଗତ ବର୍ଷ ୮ ହଜାର ୬୮୧ ପକ୍ଷୀ ଥିଲେ। ଚଳିତ ବର୍ଷ ମୋଟ ୫୨୪ ଟି ପକ୍ଷୀ କମିଥିବା ବନଖଣ୍ଡ କାର୍ଯ୍ୟାଳୟ ରିପୋର୍ଟରେ ଉଲ୍ଲେଖ ରହିଛି।
ସୂଚନା ମୁତାବକ, ବାରିପଦା ବନଖଣ୍ଡର ବେତନଟୀ ବନାଞ୍ଚଳର ୧୩ ଜଳାଶୟ, ଉଦଳା ବନାଞ୍ଚଳର ୩, ଦେଉଳି ବନାଞ୍ଚଳର ୪ , ବାଙ୍ଗିରିପୋଷି ବନାଞ୍ଚଳର ୫, ବାରିପଦା ବନାଞ୍ଚଳର ୧୩, କପ୍ତିପଦା ବନାଞ୍ଚଳର ୨ ଓ ରାସଗୋବିନ୍ଦପୁର ବନାଞ୍ଚଳର ୫ ଟି ଜଳାଶୟରେ ପକ୍ଷୀ ଗଣନା କରାଯାଇଥିଲା। ଗଣନା ପରେ ରିପୋର୍ଟ ମୁତାବକ ବେତନଟୀ ବନାଞ୍ଚଳରେ ୨୬୦୨, ଉଦଳାରେ ୪୨୦, ଦେଉଳିରେ ୨୦୦୫, ବାଙ୍ଗିରିପୋଷିରେ ୬୬୯, ବାରିପଦାରେ ୧୬୭୯, କପ୍ତିପଦାରେ ୩୮୧ ଓ ରାସଗୋବିନ୍ଦପୁର ବନାଞ୍ଚଳରେ ୪୦୧ ପକ୍ଷୀ ଥିବା ଜଣାପଡିଥିଲା। ଚଳିତ ବର୍ଷ ଉକ୍ତ ବନଖଣ୍ଡର ୪୫ଟି ଜଳାଶୟରେ ପକ୍ଷୀ ଗଣନା ହୋଇଥିବାବେଳେ ଗତ ବର୍ଷ ୪୮ ଟି ଜଳାଶୟରେ ଗଣନା ହୋଇଥିଲା। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟମ ମଲିକ ‘ଧରିତ୍ରୀ’କୁ ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଗଣନା ବେଳେ ପାଗ ଖରାପ ଥିବାରୁ ଠିକ ଭାବେ ପକ୍ଷୀ ଦୃଶ୍ୟମାନ ହୋଇ ନାହାନ୍ତି। ଏଥିପାଇଁ ପକ୍ଷୀ ସଂଖ୍ୟା କମିଥିବା ବିଭାଗ ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି। ସେହିପରି ସ୍ଥାନୀୟ ପକ୍ଷୀ ବହୁତ ସଂଖ୍ୟାରେ ଥିବାବେଳେ ବିଦେଶୀ ପକ୍ଷୀ ନ ଥିବା ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗଛକାଟି ବସ୍‌ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି

ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri