Categories: ଜାତୀୟ

ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର: ମୋଦି

ତିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେରଳରେ ଭାଜପା ଖାତା ଖୋଲି ନ ଥିଲେ ମଧ୍ୟ ଏଠାକାର ଅଞ୍ଚଳ ମୋର ଅତି ଆପଣାର। ଯେପରି ବାରାଣସୀ ଭଳି କେରଳ ମଧ୍ୟ ମୋର ଅତି ନିଜର। ଏଠାରେ ମୋଦି ଗୁରୁବାୟୁରପ୍ପନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ କହିଛନ୍ତି, ଗୁଜରାଟର ଦ୍ୱାରିକାଧୀଶ ହୁଅନ୍ତୁ ଅବା କେରଳର ଗୁରୁବାୟୁରପ୍ପନ ସଭିଏଁ ମୋର ନମସ୍ୟ। ମୁଁ କେବଳ ସରକାର ଗଠନ ଲାଗି ନୁହେଁ ଦେଶ ନିର୍ମାଣ ପାଇଁ ଆଗକୁ ପାଦ ବଢ଼ାଇଛି। ବର୍ଷର ୩୬୫ ଦିନ ଦେଶର ବିକାଶ ଚିନ୍ତାରେ ମୋର ସମୟ ବିତୁଛି। ଅନ୍ତର୍ଜାତୀୟସ୍ତରରେ ଭାରତକୁ ଉପଯୁକ୍ତ ସ୍ଥାନ ଦେବା ଲକ୍ଷ୍ୟ ନେଇ ମୁଁ ଆଗେଇ ଚାଲିଛି।

Share