Categories: ଜାତୀୟ

ବାରାଣସୀରେ କଂଗ୍ରେସ ପ୍ରାର୍ଥୀ ହେଲେ ଅଜୟ ରାୟ

ନୂଆଦିଲ୍ଲୀ, ୨୫।୪: ବାରଣାସୀ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନେଇ ଜାରି ରହିଥିବା ଚର୍ଚ୍ଚା ଶେଷରେ ବନ୍ଦ ହୋଇଛି। ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅଜୟ ରାୟଙ୍କୁ ଟିକେଟ ମିଳିଛି। ପୂର୍ବରୁ ଏହି ଅସନରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟକ୍କର ଦେବେ ବୋଲି ଅନୁମାନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଏପ୍ରିଲ୍‌ ୨୬ରେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି।

Share