Categories: ଜାତୀୟ

ବାରମୁଳାରୁ ୨ ଆତଙ୍କବାଦୀ ଗିରଫ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର,୨୭।୮: ଜମ୍ମୁ-କଶ୍ମୀର ବାରମୁଳାରୁ ୨ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏହା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏନେଇ ସିଆର୍‌ପିଏଫ୍‌ ୫୩ ବାଟାଲିୟନ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସିଆର୍‌ପିଏଫ୍‌, ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେଶନ୍‌ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।

Share