ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର ଦେଖାଯାଏ। ବେଦ ଓ ଶାସ୍ତ୍ରର ବର୍ଣ୍ଣନା ଅନୁଯାୟୀ ଯେଉଁମାନେ ନାକରେ ଛିଦ୍ର କରି ଗହଣା ପିନ୍ଧନ୍ତି ସେମାନେ କିଛି ଶାରୀରିକ ସମସ୍ୟାରୁ ମୁକ୍ତି ପାଇଥାଆନ୍ତି। ଶାସ୍ତ୍ରୀୟ ମତରେ ଯେଉଁ ମହିଳା ନାକରେ ଛିଦ୍ର କରନ୍ତି ସେମାନଙ୍କର ପ୍ରସବ ବେଦନା ଅନ୍ୟମାନଙ୍କଠାରୁ କମ୍‌ ହୋଇଥାଏ। ବୈଜ୍ଞାନିକ କାରଣ ଅନୁଯାୟୀ ମଧ୍ୟ ଏହା ଠିକ୍‌ ବୋଲି କୁହାଯାଉଛି। ବାମ ପଟ ନାକରେ ଛିଦ୍ର କରିବାର ଆଉ ଏକ ବୈଜ୍ଞାନିକ କାରଣ ହେଉଛି ବାମପଟ ନାକର ଗର୍ଭାଶୟ ସହ ସମ୍ପର୍କ ରହିଛି। ତେଣୁ ବାମ ନାକରେ ଛିଦ୍ର କଲେ ପ୍ରସବ ପିଡା ଅଧିକାଂଶ ମାତ୍ରାରେ କମ୍‌ ହୋଇଥାଏ। ସେହିପରି ବାମପଟ କାନରେ ଛିଦ୍ର କଲେ ଏହାଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଠିକ୍‌ ହେବା ସହ ଜଣେ ବ୍ୟକ୍ତି ଚିନ୍ତାମୁକ୍ତ ହୋଇଥାଏ। ବୈଜ୍ଞାନିକଙ୍କ ମତରେ କାନ ହେଉ ଅବା ନାକ ଏଥିରେ ଛିଦ୍ର କଲେ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥାଏ ବରଂ ଏହା ମହିଳାମାନଙ୍କ ପାଇଁ ଭଲ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Share