ବାମରାରେ ସାନିଟାଇଜ ଜାରି

ବାମରା, ୧୬।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଚାରିଆଡେ ସାନିଟାଇଜ ପ୍ରକ୍ରିୟା ଜାରି ରହଛି। ଏହିକ୍ରମରେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଓ କେଶାଇବାହାଲଠାରେ ମଧ୍ୟ ସାନିଟାଇଜ ଚାଲିଛି। ବାମରା ଅଗ୍ନିଶମ ବିଭାଗ ଭାରପ୍ରାପ୍ତ ଅଧିକାରୀ ରାମରତନ ଭିତରିଆଙ୍କ ତତ୍ତ୍ବାବଧାନରେ ଏସବିଆଇ ଓ ପିଏନବି ଏଟିଏମ, ଗୋବିନ୍ଦପୁର ଥାନା, ବିଭିନ୍ନ ବ୍ୟାଙ୍କ, ଡାକ୍ତରଖାନା, ପଞ୍ଚାୟତ ଅଫିସ, ବ୍ଲକ ଅଫିସ, ଫରେଷ୍ଟ ଅଫିସ, ରେଲୱେ କଲୋନୀ, ଗୁର୍ଲାଛକ, ବିଜୁ ପଟ୍ଟନାୟକ ଛକ, ବସଷ୍ଟାଣ୍ଡ, ଷ୍ଟେସନବସ୍ତି ମୁଖ୍ୟ ବଜାର ଆଦି ସ୍ଥାନରେ ବିଶୁଦ୍ଧିକରଣ କରାଯାଇଥିଲା । ଏଥିରେ ନିଳାମ୍ବର ପଟ୍ଟା, ଲାଲୁ ମୁଣ୍ଡା, ସଞ୍ଜିତ ନାୟକ, ଟଙ୍କଧର ନାଏକ, ସମିର ସାହୁ, ଦିଲବର ବୁଡ, ମାହାତୋ ବାରଲା ଓ ଉତ୍ତମ ଟପ୍ପୋ ପ୍ରମୁଖ କର୍ମଚାରୀମାନେ ସାମିଲ ହୋଇଥିଲେ । ସେହିଭଳି କେଶାଇବାହାଲର ଗୁଣନିଧି ପିଙ୍ଗ ଓ ନରେନ୍ଦ୍ର ଟପ୍ପୋ ମିଶି ସ୍ଥାନୀୟ ଷ୍ଟେଟବ୍ୟାଙ୍କ, ଆରଆଇ ଅଫିସ, ଲ୍ୟାମ୍ପ୍ସ, ଡାକ୍ତରଖାନା, ପଞ୍ଚାୟତ ଅଫିସ, ଜନସେବା କେନ୍ଦ୍ର, ଏଟିଏମ କାଉଣ୍ଟର, ମାର୍କେଟର ଦୋକାନ ବଜାର ଅଞ୍ଚଳ ବୁଲି ବୁଲି ବିଶୁଦ୍ଧିକରଣ କରିଥିଲେ। ସରୋଜ ଦାଶ, ସନ୍ଦୀପ ନାୟକ, ରାଜ ତିଳକ ରାୟ, ତରୁଣ ନାଏକ ଓ ପ୍ରଶାନ୍ତ ରାଉତ ସହଯୋଗ କରିଥିଲେ।