ବାବା ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ମକର ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଛି । ଭୋର ୪ଟା ୩୦ମିନିଟ୍‌ରେ ମନ୍ଦିରରେ ପହଡ଼ ଖୋଲାଯିବା ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ପୂଜାବିଧି ସମ୍ପନ୍ନ ହୋଇଥିଲା । ପରେ ବାବାଙ୍କୁ ଦିଗମ୍ବର ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ସେବାୟତମାନେ ବାବାଙ୍କୁ ପୋଡ଼ପିଠା ସମର୍ପଣ କରିଥିଲେ । ଏଠାରେ ପୋଡ଼ପିଠା ସମର୍ପଣ ବିଧି ବହୁ ପ୍ରାଚୀନ କାଳରୁ କରାଯାଉଥିବା ବେଳେ ବାବାଙ୍କୁ ସମର୍ପିତ ପୋଡ଼ପିଠା ଖାଇଲେ ବହୁ ରୋଗରୁ ଆରୋଗ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।