Categories: ଖେଳ

ବାବର, ଭିଭିଆନଙ୍କୁ ପଛରେ ପକାଇଲେ ଶାଇ ହୋପ

ଭୁବନେଶ୍ୱର,୨୨।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ଶାଇ ହୋପ ପାକିସ୍ତାନର ବାବର ଆଜାମ ଓ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ ଭିଭିଆନ ରିଚାଡର୍‌ସଙ୍କୁ ପଛରେ ପକାଇ ଦେଇଛନ୍ତି। ରବିବାର କଟକସ୍ଥ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ୪୨ ରନ୍‌ର ଇନିଂସ ଖେଳି ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୩ ହଜାର ରନ୍‌ ପୂରଣ କରିଛନ୍ତି। କ୍ୟାରିୟରର ୬୭ତମ ଇନିଂସରେ ସେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆରେ ୩ ହଜାର ପୂରଣ କରିବାରେ ହୋପ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ। ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ହାସିମ ଆମଲାଙ୍କ ନାମରେ ରହିଛି। ସେ କ୍ୟାରିୟରର ୫୭ତମ ଇନିଂସ ୩ ହଜାର ରନ କରିଥିଲେ। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ପାଇଁ ବାବରଙ୍କୁ ୬୮ ଓ ଭିଭିଆନଙ୍କୁ ୬୯ ଇନିଂସ ଲାଗିଥିଲା।

Share