Categories: ଜାତୀୟ

ବାବରି ମସଜିଦ୍‌ ପ୍ରସଙ୍ଗରେ ପ୍ରଜ୍ଞା ଦେଲେ ବିବାଦୀୟ ମନ୍ତବ୍ୟ: ପୁଣି ଇସି ଜାରି କଲେ ନୋଟିସ୍‌

ଭୋପାଳ, ୨୧।୪: ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ନିର୍ବାଚନ କମିଶନ(ଇସି)ପୁଣି ଥରେ ପ୍ରଜ୍ଞାଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେବାବେଳେ ପ୍ରଜ୍ଞା ବାବରି ମସଜିଦ୍‌କୁ ଏକ କଳଙ୍କ ବୋଲି କହିବା ସହିତ ଏହାକୁ ଭଙ୍ଗାଯିବା ଘଟଣା ଗର୍ବର ବିଷୟ ବୋଲି ପ୍ରକାଶ କରିଥିଲେ। ପ୍ରଜ୍ଞାଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଭାଜପା ଅଡୁଆରେ ପଡ଼ିଥିବା କୁହାଯାଉଛି।

Share