ବାପ, ମା’ଙ୍କୁ ଆକ୍ରମଣ, ପୁଅ ଗିରଫ

ବ୍ରହ୍ମପୁର ଅଫିସ,୨୨ା୯-ବୃଦ୍ଧ ବାପ ଓ ମା’ଙ୍କୁ ଆକ୍ରମଣ କରିବା ସହ ତାଙ୍କ ପେନସନ ଟଙ୍କା ହଡପ ଅଭିଯୋଗରେ ସଦର ଥାନା ପୋଲିସ ପୁଅ ଶାନ୍ତନୁ କୁମାର ମିଶ୍ର (୩୫)ଙ୍କୁ ଗିରଫ କରିଛି । ନଂ.୨୪୨/୧୯ରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ନିମଖଣ୍ଡି ଚନ୍ଦ୍ରଶେଖର ନଗରରେ ରହୁଥିବା ଦେବରାଜ ମିଶ୍ର ଓ ସୁଷମା ମିଶ୍ରଙ୍କୁ ତାଙ୍କ ପୁଅ ସବୁବେଳେ ଟଙ୍କା ମାଗିବା ସହ ମାରପିଟ କରନ୍ତି। ଏପରିକି ଦେବରାଜଙ୍କୁ ମିଳୁଥିବା ପେନସନ ଟଙ୍କା ମଧ୍ୟ ତାଙ୍କ ପୁଅ ଶାନ୍ତନୁ ହେରଫେର କରନ୍ତି। ଶାନ୍ତନୁ ଗୋଟିଏ ପୁଅ ହୋଇଥିବାରୁ ବୃଦ୍ଧ ପିତା ମାତା ତା’ଙ୍କ ଠାରୁ ମାଡ ଖାଇ ମଧ୍ୟ ବାଧ୍ୟରେ ଚୁପ ହୋଇ ରହୁଥିଲେ। ତେବେ ଶୁକ୍ରବାର ରାତିରେ ଶାନ୍ତନୁ ମଦ ପିଇ ଘରେ ତାଙ୍କ ବାପାଙ୍କୁ ମରପିଟ କରିଥିଲେ। ମା ସୁଷମା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଳଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଆସବାବପତ୍ର ଭାଙ୍ଗିବା ସହ ବାପା ଓ ମା’ଙ୍କୁ ଘର ଭିତରେ ରଖି କବାଟ ବନ୍ଦ କରି ଦେଇଥିଲେ। ଖବର ପାଇ ନିମଖଣ୍ଡି ଫାଣ୍ଡି ପୋଲିସ ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଅଭିଯୋଗ କ୍ରମେ ପୋଲିସ ଶାନ୍ତନୁଙ୍କୁ ଗିରଫ କରିଥିଲା ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri