ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣିଥରେ ପର୍ସନାଲ ଲାଇଫ୍‌କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଶୁଣିବାକୁ ମିଳିଛି କି କପିଲ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଯଦିଓ ତାଙ୍କ ତରଫରୁ ଅବା ତାଙ୍କ ପରିବାର ତରଫରୁ ଏ ସମ୍ପର୍କରେ ସେମିତି କିଛି ସୂଚନା ଦିଆଯାଇ ନାହିଁ ତଥାପି ଶୁଣାଯାଉଛି କି ନୂଆ ଅତିଥିଙ୍କୁ ସ୍ବାଗତ କରୁବାକୁ ତାଙ୍କ ଘରେ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଗତବର୍ଷ ଡିସେମ୍ବରରେ କପିଲ ତାଙ୍କ ପିଲାଦିନର ସାଥି ଗିନି ଚତରଥଙ୍କୁ ବିବାହ କରିଥିଲେ।

Share