ବାପା ମହେଶ ଭଟ୍ଟଙ୍କ ଜନ୍ମଦିନରେ ଆଲିଆ କହିଲେ ଏମିତି କିଛି କଥା

ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଆଜି ଅର୍ଥାତ ଶୁକ୍ରବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦ ସେପ୍ଟେମ୍ବର ୧୯୪୮ ମସିହାରେ ଜନ୍ମିତ ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ସାନ ଝିଅ ଆଲିଆ କହିଛନ୍ତି , ବାପାଙ୍କ ସହିତ ବହୁତ କମ୍‌ ସମୟ କାଟିଥାଏ। କାରଣ ସେ ନିଜ କାମରେ ବହୁ ବ୍ୟସ୍ତ ରହିଥା’ନ୍ତି। ଆଜି ମୁଁ ସେହି ବ୍ୟସ୍ତତାର ଅର୍ଥ ବୁଝୁଛି। ସବୁବେଳେ ବାପା ଉପସ୍ଥିତ ରହୁ ନ ଥିଲେ ମଧ୍ୟ ଜରୁରୀ କାମରେ ପାଖରେ ରହିଥାନ୍ତି। ପ୍ରଥମ ଥର ଆଲିଆ ମହେଶଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଡ଼କ’ର ସ୍ବିକେଲ୍‌ରେ କାମ କରୁଛନ୍ତି। ଆଲିଆ କୁହନ୍ତି, ପ୍ରଥମେ ବହୁତ ନର୍ଭସ ଲାଗୁଥିଲା। ଏବେ କିନ୍ତୁ ଉତ୍ସାହିତ ହୋଇପଡୁଛନ୍ତି। ମୁଁ ଏବେ ମୋ’ ମାଆ-ବାପାଙ୍କ ପରି ହେବାକୁ ଚାହୁଁଛି। ବାପାଙ୍କ ସମସ୍ତ ଗୁଣ ବଡ଼ ଭଉଣୀ ପୂଜାଙ୍କଠାରେ ଅଛି।  ବାପାଙ୍କର କିଛି ଗୁଣ ମୁଁ ଆପଣାଇବାକୁ ଚେଷ୍ଟା କରୁଛି। ବାପା ସବୁବେଳେ ମୋ’ ପାଇଁ ପଜେଟିଭ୍‌ ବୋଲି ଆଲିଆ କୁହନ୍ତି।

Share