Posted inଖେଳ

ବାପା ବିକୁଥିଲେ କ୍ଷୀର, ପୁଅ ଦେଶ ପାଇଁ ଆଣିଲେ ପଦକ

ନୁର୍‌-ସୁଲତାନ(କଜାଖସ୍ତାନ),୨୩।୯: ଭାରତର ଯୁବ ରେସଲର୍‌ ଦୀପକ ପୁନିଆ ଆହତ କାରଣରୁ ୱାଲର୍‌ଡ ରେସଲିଂ ଚାମ୍ପିୟନଶିପର ଫାଇନାଲ ଓହରିଯାଇଛନ୍ତି, ଯାହା ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ୱାଲର୍‌ଡ ଚାମ୍ପିୟନଶିପରେ ଭାଗ ନେବା ପୂର୍ବରୁ ଦୀପକ କାନ୍ଧଜନିତ ଆଘାତ ସମସ୍ୟାରେ ଥିଲେ। ଏହା ସତ୍ତ୍ୱେ ସେ ପୂରା ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଥିଲେ। ସେ ଚଳିତ ସଂସ୍କରଣରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପହଞ୍ଚିଥିଲେ। ସେ ପୂର୍ବରୁ ହିଁ ଅଲିମ୍ପିକ କୋଟା ହାସଲ କରିସାରିଛନ୍ତି। ଦୀପକଙ୍କ ଏହି ସଫଳତା ପାଇଁ ତାଙ୍କ ବହୁ ସଂଘର୍ଷ କରିବାକୁ ପଡିଥିଲା। ଯେତେବେଳେ ସେ କୁସ୍ତି ଖେଳିବା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା କେବିତି ଏକ ସରକାରୀ ଚାକିରି ପାଇ ଘର ଚଳାଇବେ। ୨୦୧୬ରେ ତାଙ୍କୁ ଭାରତୀୟ ସେନାରେ ସିପାହୀ ପଦରେ ନିଯୁକ୍ତି ମିଳିଥିଲା। ଅଲମ୍ପିକ୍ସ ବିଜେତା ସୁଶୀଲ କୁମାର ଦୀପକଙ୍କୁ ଏଭଳି ଛୋଟ ଲକ୍ଷ୍ୟ ଛାଡି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ। ପ୍ରଥମେ କୁସ୍ତିକୁ ପ୍ରାଥମିକତା ଦିଅ, ବଡ ବଡ ଚାକିରି ତୁମ ପଛେ ଗୋଡାଇବ ବୋଲି ସୁଶୀଲଙ୍କଠାରୁ ଶୁଣି ଦୀପକ ନିଜ କ୍ୟାରିୟର ଉପରେ ବେଶୀ ଧ୍ୟାନ ଦେଇଥିଲେ। ଦୀପକଙ୍କ ପିତା ୬୦ କିମି ଦୂର ପର୍ଯ୍ୟନ୍ତ ସାଇକେଲରେ ଯାଇ କ୍ଷୀର ବିକ୍ରି କରି ପରିବାର ଚଳାନ୍ତି।
ଫାଇନାଲରୁ ଓହରିବା ନେଇ ଦୀପକ କହିଛନ୍ତି, ମୋ ବାମ ପାଦରେ ଆଘାତ ଲାଗିଛି। ଏଭଳି ସ୍ଥିତିରେ ମ୍ୟାଚ ପାଇଁ ଓହ୍ଲାଇବା ମୋ ପାଇଁ କଷ୍ଟକର। ମୁଁ ଜାଣିଛି ଇରାନର ରେସଲରଙ୍କ ବିପକ୍ଷରେ ଲିବାର ଏକ ବଡ ସୁଯୋଗ ହାତଛଡା କଲି। ସ୍ବର୍ଣ୍ଣ ପଦକ ପାଇଁ ଲଢି ନ ପାରିବା ମୋତେ ନିରାଶ କରିଛି। କିନ୍ତୁ ପୂରା ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ନେଇ ମୁଁ ବହୁତ ଖୁସି। ଅଲିମ୍ପିକରେ ପଦକ ଜିତିବା ପାଇଁ ମୁଁ କଠିନ ପରିଶ୍ରମ କରିବି।
ଦୀପକଙ୍କ ପାଖରେ ଇତିହାସ ରଚିବାର ଭଲ ସୁଯୋଗ ଥିଲା। ଯଦି ସେ ଫାଇନାଲ ମୁକାବିଲା ଜିତିଥାନ୍ତେ, ତାହେଲେ ବିଶ୍ୱ ଚାମ୍ପିୟନଶିପରେ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଦୁଇଥରର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ୨୦୧୦ରେ ମସ୍କୋରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦୀପକ ମଧ୍ୟ ଭାରତର କନିଷ୍ଠ ରେସଲର୍‌ ଭାବେ ୱାଲର୍‌ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିଥିଲେ। ସେ ମଧ୍ୟ ଜୁନିୟର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ମଧ୍ୟ ନିଜ ନାଁରେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri