ବାପାଙ୍କ ସ୍ମୃତିରେ ଖାଦ୍ୟ ପୁଡିଆ ବାଣ୍ଟିଲେ ଝିଅପୁଅ

ସୋର, ୧୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ପାଇଁ ଲୋକେ ବାହାରକୁ ବାହାରି ନ ପାରି ଘରେ ହାତଯୋଡି ବସିଥିବା ବେଳେ ସେମାନଙ୍କ ଆର୍ଥତ୍କ ସ୍ଥିତି ଏବେ ଦୁର୍ବଳ ହୋଇଛି। ବିଶେଷ କରି ଶ୍ରମିକ ଶ୍ରେଣୀ ଦିନମଜୁରିଆ ଖଟିଖିଆଙ୍କୁ ଏହି ଲକଡାଉନ୍‌ ଅଧିକ ବାଧୁଛି। ଏହି ସମୟରେ ସୋର ପୌରପାଳିକା ଅନ୍ତର୍ଗତ ୩ ନଂ. ୱାର୍ଡ କାଳିପଡିଆ ବସ୍ତିରେ ବାପା ସ୍ବର୍ଗତ ରଙ୍କନିଧି ତ୍ରିପାଠୀଙ୍କ ପ୍ରଥମ ପକ୍ଷ ଶ୍ରାଦ୍ଧ ଦିବସରେ ପୁଅ ରଜତ କୁମାର ତ୍ରିପାଠୀଙ୍କ ସହ ଝିଅ ଅର୍ଚ୍ଚନା ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରିଛନ୍ତି।