ବାପାଙ୍କ ଜମିରୁ ଧାନ କାଟି ନେବା ଅଭିଯୋଗ, ପୁଅ ଗିରଫ

ବୁଗୁଡ଼ା,୧୮ା୧(ଡି.ଏନ.ଏ.)-ବୁଗୁଡ଼ା ଥାନା ନିମପଦର ଗ୍ରାମରେ ବାପାଙ୍କ ଜମିରୁ ଧାନ କାଟି ନେଇଯିବା ଅଭିଯୋଗରେ ପୋଲିସ ଶନିବାର ପୁଅଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ନିମପଦର ଗ୍ରାମର ନାରାୟଣ ଦଳେଇ। ବୁଗୁଡ଼ା ପୋଲିସ ନଂ. ୨୮୭/୧୯ରେ ମାମଲା ରୁଜୁ କରିଥିଲା। ପ୍ରକାଶ ଯେ, ଭଗବାନ ଦଳେଇ ତାଙ୍କ ଜମିରେ ଧାନ ଚାଷ କରି ଫସଲ ଅମଳ କରିଥିଲେ। ତେବେ ତାଙ୍କ ପୁଅ ନାରାୟଣ ବାପାଙ୍କ ଜମିରୁ ଗତ ୨ ମାସ ତଳେ ୧୦ ଭରଣ ଧାନ କାଟି ନେଇଯାଇଥିଲେ। ଏ ନେଇ ଭଗବାନ ଗତ ଡିସେମ୍ବର ୮ ତାରିଖରେ ବୁଗୁଡ଼ା ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଶନିବାର ନାରାୟଣଙ୍କୁ ଗିରଫ କରିଥିଲା।