ବାପାଙ୍କ ଚଲାପଥରେ ସଲମାନ୍‌: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍‌ଷ୍ଟୋରୀ

କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନରେ ବଲିଉଡ୍‌ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏହି ସମୟରେ ଫାର୍ମହାଉସରେ ରହି ନିଜ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି। ତେବେ ସେଠାରେ ସେ ଖାଲି ବସୁ ନାହାନ୍ତି। ଏହି ସମୟରେ ସେ ୩ଟି ଗୀତ ‘ପ୍ୟାର କରୋନା’, ‘ତେରେ ବିନା’ ଏବଂ ‘ଭାଇ ଭାଇ’ ଗୀତ ଗାଇବା ସହ ଏହାର ଶୁଟିଂ ମଧ୍ୟ କରିଛନ୍ତି। ଏବେ ସେ ନିଜ ବାପା ସଲୀମ ଖାନ୍‌ଙ୍କ ଚଲାପଥକୁ ଅନୁସରଣ କରୁଛନ୍ତି।
ଏକ ରିପୋର୍ଟ ଅନୁସାରେ, ସଲମାନ୍‌ ଲେଖିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏକ ଲଭ୍‌ ଷ୍ଟ୍ରେରୀ କାହାଣୀ ସେ ଲେଖିଛନ୍ତି। କାହାଣୀର ପ୍ରଥମ ଡ୍ରାପ୍ଟ ମଧ୍ୟ ସେ ରେଡ୍ଡି କରିଥିବା ଜଣାପଡ଼ିଛି। ତେବେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି କାହାଣୀ ଶେଷ ହେବ ବୋଲି ଅନୁମାନ କରାଯାଉଛି।

Share