ବାପାଙ୍କ କଥାମାନି ଜୟାଙ୍କୁ ବିବାହ କରିଥିଲେ ଅମିତାଭ

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବିଗ୍‌ବି ଅମିତାଭ ବଚ୍ଚନଙ୍କର ଜୁନ୍‌ ୩ ଅର୍ଥାତ୍‌ ଆଜି ହେଉଛି ବିବାହ ବାର୍ଷିକୀ। ନିଜ ଜୀବନର ସମସ୍ତ ଛୋଟ ବଡ଼ କଥା ଲୋକଙ୍କ ସହ ଶେୟାର କରୁଥିବା ବିଗ୍‌ବି ଏହି ସ୍ବତନ୍ତ ଦିନରେ ବିବାହ ବିଷୟରେ କିଛି ସିକ୍ରେଟର ଖୁଲାସା କହିଛନ୍ତି। ନିଜର ୪୭ତମ ବିବାହ ବାର୍ଷିକୀ ଅବସରରେ ଅମିତାଭ ବିବାହ ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ଫିଲ୍ମ ‘ଜଞ୍ଜିର’ ବକ୍ସ ଅଫିସରେ ସଫଳ ହେବା ପରେ ସେ ଜୟାଙ୍କ ସମେତ ଅନ୍ୟ ବନ୍ଧୁଙ୍କ ସହ ଲଣ୍ଡନ ଯିବାକୁ ନିଷ୍ପତ୍ତି ନେଇଥିଲେ। ବାପା ହରିବଂଶ ରାୟ ଏହା ଯାଣିବା ପରେ କାହା ସହ ଲଣ୍ଡନ ଯାଉଥିବା ପ୍ରଶ୍ନ କରିଥିଲେ। ଉତ୍ତରରେ ବିଗ୍‌ ବି ଜୟାଙ୍କ ସହ ଯାଉଥିବା କହିଥିଲେ। ଏହା ଶୁଣିବା ପରେ ଲଣ୍ଡନ ଯିବା ପୂର୍ବରୁ ଜୟାଙ୍କ ସହ ବିବାହ କରିବାକୁ ପଡ଼ିବ ବୋଲି ବାପା କହିଥିଲେ। ବାପାଙ୍କ କଥା ମାନି ବିଗ୍‌ବି ଜୟାଙ୍କୁ ବିବାହ କରିଥିବା ଅମିତାଭ କହିଛନ୍ତି।

Share