ବାପାଙ୍କ ଏଟିଏମ୍‌ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ

ଆର୍‌.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ ୩ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକ୍ରୀ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁଡ଼ଙ୍ଗ ଭିତରୁ ତାଙ୍କ ବାପା ଏଟିମ୍‌ କାର୍ଡ ଆଣିବାକୁ ସଞ୍ଜୀବକୁ କହିଥିଲେ। ସଞ୍ଜୀବ ସୁଡଙ୍ଗ ଭିତରକୁ ଏଟିମ୍‌ ଆଣିବାକୁ ଯାଇଥିଲେ। କିନ୍ତୁ ସେ ନ ଫେରିବାରୁ ବିକ୍ରମ ସଞ୍ଜୀବଙ୍କୁ ଡାକିବାକୁ ଯାଇଥିଲେ। କିନ୍ତୁ ସଞ୍ଜୀବ ଅଚେତ ଅବସ୍ଥାରେ ପଡିଥିବା ଦେଖି ବିକ୍ରମ ସେଠାକୁ ଯାଇ ଚେତା ହରାଇ ବସିଥିଲେ। ଦୁଇଭାଇ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେ ମଧ୍ୟ ଅଚେତ ହୋଇଯାଇଥିଲେ। ଶେଷରେ ଭଉଣୀ ଏହା ଜାଣିପାରି ପରିବାରଲୋକଙ୍କୁ ଜଣାଇଥିଲେ। ପରେ ପରିବାରଲୋକେ ତିନି ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ସେତେବେଳକୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଅଡବା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅପରପକ୍ଷେ ତିନିଭାଇଙ୍କ ଏଭଳି ମୃତ୍ୟୁ ସନ୍ଦେହ ଉପୁଜାଉଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

ବିଇଓ ଶୁଭମ ପତିଙ୍କ ବଦଳି ବାତିଲ ଦାବି: ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…

ପଦ୍ମପୁର,୨୬।୫ (ପ୍ରଦୀପ୍ତ ଦାଶ): ପାଇକମାଳ ବ୍ଲକର ଅତିରିକ୍ତ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତିଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ କରିବା ଦାବି ଏବେ ଜୋର…

ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ଭଞ୍ଜ ରାଜବଂଶର ସ୍ମୃତି : ଲୋକଙ୍କ ଦାନରେ ଚାଲିଛି କୁଲାଡ ଜଗନ୍ନାଥ ମନ୍ଦିର

ଭଞ୍ଜନଗର,୨୬।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି ଭାବେ ପରିଚିତ କୁଲାଡ ଜଗନ୍ନାଥ ମନ୍ଦିର ୧୭୬୦ ମସିହାରେ ନିର୍ମାଣ ହୋଇଥିଲା। ସେ ସମୟରେ ମନ୍ଦିର ପରିଚାଳନା…

କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: କହୁ କହୁ ବଡ କଥା କହିଦେଲେ ମନ୍ତ୍ରୀ, ନୂତନ ମନ୍ତ୍ରିମଣ୍ଡଳରେ….

ଭୁବନେଶ୍ୱର,୨୬।୫: ଓଡ଼ିଶାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ଅପଡେଟ ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri