ବାତ୍ୟା ସମୟରେ ଭଦ୍ରକରେ ୬୯ ଶିଶୁ ଜନ୍ମ

ଭଦ୍ରକ,୨୭।୫: ଭଦ୍ରକ ଜିଲା ପ୍ରଶାସନର ରେକର୍ଡ ଅନୁଯାୟୀ, ୟାସ୍‌କୁ ଦୃଷ୍ଟିରେ ରଖି ୨୨୪ ଜଣ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଉଦ୍ୟମ କ୍ରମେ ଏହି ଗର୍ଭବତୀମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବାତ୍ୟା ସମୟରେ ୬୯ ଜଣ ଶିଶୁ ଜନ୍ମ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।