ବାତ୍ୟା ‘ବୁଲ୍‌ବୁଲ୍‌’: ଯାଜପୁର ବିଦ୍ୟୁତ୍‌ ବିଭାଗର ପ୍ରସ୍ତୁତି

ଯାଜପୁର,୮।୧୧(ନି.ପ୍ର.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା ମୁକାବିଲା ଲାଗି ବିସ୍ତୃତ ଆଲୋଚନା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିରେ ମୁକାବିଲା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଶୁକ୍ରବାରରୁ କାର୍ଯ୍ୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। କୁଆଖିଆ ବିଦ୍ୟୁତ୍‌ ଖଣ୍ଡ ନିୟନ୍ତ୍ରଣ କକ୍ଷ ନଂ. ୯୪୩୮୯୦୬୧୦୭ ଯାଜପୁରରୋଡ଼ ନିୟନ୍ତ୍ରଣ କକ୍ଷ ନଂ.୯୪୩୮୯୦୬୧୦୫ ଯାଜପୁର ଟାଉନ ନିୟନ୍ତ୍ରଣ କକ୍ଷ ନଂ. ୯୪୩୮୯୦୬୧୦୬ ଯାଜପୁର ବିଦ୍ୟୁତ୍‌ ମଣ୍ଡଳ ନିୟନ୍ତ୍ରଣ କକ୍ଷ ନଂ.୯୪୩୮୯୦୬୦୯୩ରେ ଯୋଗାଯୋଗ କରିବାକୁ କୁହାଯାଇଛି।