Categories: ଜାତୀୟ

ବାତ୍ୟା ‘ବାୟୁ’ର ପ୍ରଭାବ: ବାଟ ହୁଡ଼ିଲା ମୌସୁମୀ; ୧୨ ବର୍ଷ ପରେ ପୁଣି ବିଳମ୍ବିତ

ନୂଆଦିଲ୍ଲୀ,୧୯।୬: ସାମୁଦ୍ରିକ ଝଡ଼ ବାୟୁର ପ୍ରଭାବରେ ଚଳିତ ବର୍ଷ ମୌସୁମୀ ବାଟ ହୁଡ଼ିଛି। ୧୨ ବର୍ଷ ପରେ ପୁଣିଥରେ ମୌସୁମୀ ବିଳମ୍ବିତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍‌ ୧୮-୧୯ ମଧ୍ୟରେ ମୌସୁମୀ ଦେଶର ଦୁଇ ତୃତୀୟାଂଶରେ ବର୍ଷା କରାଇବା କଥା। ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି। ବର୍ତ୍ତମାନ ସୁଦ୍ଧା ମୌସୁମୀ କେବଳ ଦେଶର ୧୦ରୁ ୧୫ ପ୍ରତିଶତ ଅଞ୍ଚଳ ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଦେଶରେ ମୌସୁମୀ ଯୋଗୁ ୮୨.୪ ପ୍ରତିଶତ ବର୍ଷା ହେବା କଥା। ତେବେ ଏବେ ଏହା ୪୪ ପ୍ରତିଶତ କମ୍‌ ରହିଥିବା ପାଣିପାଗ ବିଭାଗ କହିଛି। ୨୦୦୭ଠାରୁ ଗତ ବର୍ଷ ମଧ୍ୟରେ ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଛି। ପୂର୍ବରୁ ୨୦୦୬ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ‘ବାୟୁ’ର ପ୍ରଭାବରେ ମୌସୁମୀ ଗତିଶୀଳ ପ୍ରକିୟା ସ୍ବାଭାବିକ ହୋଇ ପାରି ନ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share