ବାତ୍ୟା ପରେ ବନ୍ୟାପାଣିର ଦୁଃଖ: ପାଣି ଘେରରେ ଏକାଧିକ ଗାଁ

ପୁରୀ ଅଫିସ, ୧୮।୮: ପ୍ରାକୃତିକ ଦୁର୍ବିପାକ ଉପକୂଳବର୍ତ୍ତୀ ପୁରୀ ଜିଲାର ପିଛା ଛାଡୁନି। ପ୍ରାୟ ପ୍ରତିବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଜିଲାବାସୀ ଚଳିତବର୍ଷ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ବନ୍ୟା ଜଳ ଜିଲାବାସୀଙ୍କ ପାଇଁ ଦୁଃଖର କାରଣ ସାଜିଛି। ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକରେ ବି ବନ୍ୟା ପାଣି ପଶିଛି। ତେବେ ପୁରୀ ଜିଲାରେ ପ୍ରବାହିତ ଭାର୍ଗବୀ, ଦୟା, ରାଜୁଆ ପ୍ରଭୃତି ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ଏକାଧିକ ଗାଁ ଏବେ ବି ପାଣିଘେରରେ ରହିଛି। ଏମିତି କି କେତୋଟି ଜାଗାରେ ରାସ୍ତା ଉପରେ ପାଣି ଚାଲୁଛି। ଫଳରେ ଛାତ୍ରୀଛାତ୍ରମାନେ ଡାଲା ଅଟୋରେ ବସି ସ୍କୁଲକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ହୀରାକୁଦରେ ଗେଟ୍‌ ବନ୍ଦ ହେବା ଏବଂ ବର୍ଷା କମିଯାଇଥିବାରୁ ଲୋକଙ୍କ ମଧ୍ୟରେ ପାଣି ବଢିବାର ଯେଉଁ ଆଶଙ୍କା ରହିଥିଲା ତାହା ଏକପ୍ରକାର ଟଳିଯାଇଛି। ତଥାପି ଏକାଧିକ ଗାଁ ପାଣିଘେରରେ ରହିଥିବା ଜଣାପଡିଛି।

ଜଳସ୍ତର ବୃଦ୍ଧି ପାଇଥିବାରୁ ପୁରୀ ସଦର ବ୍ଲକର ବାଟଗାଁ-ଉତ୍ତରକଣା ରାସ୍ତାର ନୂଆଗାଁଠାରେ ଥିବା କଲଭର୍ଟ ଉପରେ ଶୁକ୍ରବାର ପ୍ରାୟ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ଶନିବାର ଏହି ରାସ୍ତା ଉପରେ ଜଳସ୍ତର କମିଥିଲେ ମଧ୍ୟ ପ୍ରଖର ସ୍ରୋତ ଥିବାରୁ ଲୋକେ ଯା ଆସ କରିପାରି ନ ଥିଲେ। ଫଳରେ ଓଡ୍ରାଫ୍‌ ଟିମ୍‌ ଲୋକଙ୍କୁ ବୋଟ୍‌ରେ ଏହି ରାସ୍ତା ପାର୍‌ କରାଉଥିଲେ। ଅନେକ ଲୋକଙ୍କ ଘର ପାଣି ଘେରରେ ଥିବାରୁ ସେମାନେ ଘର ଭିତରକୁ ଯିବାକୁ ଭୟ କରିଥିଲେ। ମାଟିକାନ୍ଥ ଓଦା ହୋଇଯାଇଥିବାରୁ ଭୁଶୁଡି ପଡିବା ଆଶଙ୍କା ରହିଛି ବୋଲି ଗାଁ ଲୋକେ କହିଛନ୍ତି। ତେବେ ନୂଆଗାଁର ଫଗୁ ରାଉତ କହିଛନ୍ତି, ବାଟଗାଁରେ ଆମ ଘର ଥିଲା। ବାତ୍ୟାରେ ଘରଦ୍ୱାର ସବୁ ଭାଙ୍ଗିଗଲା ପରେ ନୂଆଗାଁକୁ ଆସି ଜରିପାଲ ତଳେ ରହୁଥିଲୁ। ହେଲେ ଭାର୍ଗବୀ ପାଣି ବଢିବା ପରେ ଘର ଭିତରେ ପାଣି ପଶିଗଲା। ଶନିବାର ଘରୁ ପାଣି ଛାଡିଥିଲେ ମଧ୍ୟ ଘର ଏବେ ବି ପାଣି ଘେରରେ ରହିଛି। ସେହିପରି ସମାନ କଥା କହିଛନ୍ତି ନୂଆଗାଁ ଭଗବାନ ବିଶ୍ୱାଳ। ତାଙ୍କ ଘରେ ପାଣି ପଶିଥିବାରୁ ୨ ଦିନ ହେଲା ଚୁଲି ଜଳିନି। ଖାଇବା ପିଇବା ଠିକ୍‌ ନାହିଁ। ପାଖ କ୍ଲବ ଘରେ ସେମାନେ ରାତି କାଟିଛନ୍ତି। ଏତଦ୍‌ବ୍ୟତୀତ ତଳଜଙ୍ଗ ପଞ୍ଚାୟତର ତଳଜଙ୍ଗ, ଡିହସାହି, ନଈକୂଳ ସାହି, ଅପନ୍ତରା, ଗାଦିସାହିରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପାଣି ଛାଡି ନାହିଁ। ଲୋକେ ଦୁର୍ଦ୍ଦଶାରେ ରହିଛନ୍ତି। ତେବେ ପୁରୀ ସଦର ବ୍ଲକର ଶହ ଶହ ଏକର ଧାନ ଜମିରେ ବନ୍ୟା ପାଣି ମାଡି ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଅଧିକ ଦିନ ପାଣି ଜମିଲେ ତଳି ପଚିଯିବ ବୋଲି ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri