Categories: ଜାତୀୟ

ବାତ୍ୟା ନିସର୍ଗ: ରାଇଗଡ ପାଇଁ ଶହେ କୋଟି ଟଙ୍କା ଘୋଷଣା କଲେ ଠାକରେ

ମୁମ୍ବାଇ,୫।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ବାତ୍ୟା ନିସର୍ଗରେ ରାଇଗଡରେ ହୋଇଥିବା କ୍ଷୟକ୍ଷତି ପାଇଁ ଜରୁରୀକାଳୀନ ୧୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା କରିଛନ୍ତି। ଏହାସହ ନିସର୍ଗ ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ତୁରନ୍ତ କରିବାକୁ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଠାକରେ ୨ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବା ସହ କୃଷକ ଓ ଗାଁ ଲୋକଙ୍କୁ ଶୀଘ୍ର ସହାୟତା ଦେବାକୁ ଅଧିକାରୀମାନଙ୍କୁ କହିଥିଲେ। ସୂଚନାଯୋଗ୍ୟ, ଠାକରେ ଶୁକ୍ରବାର ରାଇଗଡର ଅଲିବଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ନିସର୍ଗରେ ମୃତ୍ୟୁ ହୋଇଥିବା ୬ ଜଣଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଖୁବ୍‌ଶୀଘ୍ର ରାଇଗଡରେ ବିଦ୍ୟୁତ ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ କହିଛନ୍ତି।

Share