Categories: ଜାତୀୟ

ବାତ୍ୟା ନିସର୍ଗକୁ ନେଇ ମୁମ୍ବାଇରେ ରେଡ ଆଲର୍ଟ: ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହିପାରେ ପବନ

ମୁମ୍ବାଇ,୨।୬: ବାତ୍ୟା‘ ନିସର୍ଗ’ ବୁଧବାର ଅର୍ଥାତ୍‌ ଜୁନ୍‌ ୩ରେ ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ଏହାସହ ପାଲଘରର ଉପକୂଳ ଅଞ୍ଚଳରେ ଏନ୍‌ଡିଆର୍‌ଏଫ୍‌ ଟିମକୁ ମଧ୍ୟ ମୁତୟନ କରାଯାଇଛି। ବାତ୍ୟା ନିସର୍ଗର ମୁକାବିଲା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ଏସ୍‌.ଏନ୍‌. ପ୍ରଧାନ କହିଛନ୍ତି ନିସର୍ଗ ପ୍ରଭାବରେ ୯୦-୧୦୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରଧାନ କହିଛନ୍ତି ଏବେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

Share