ଚାନ୍ଦବାଲି,୧୯।୧୧(ଡି.ଏନ.ଏ.)- ବାତ୍ୟା ବୁଲବୁଲ୍ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେନ୍ଦ୍ରାଞ୍ଚଳ ଆର୍ଡିସି ଚାନ୍ଦବାଲି ଗସ୍ତ କରି ବିଭିନ୍ନ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହି ବାତ୍ୟାରେ ବ୍ଲକର ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆଲୋଚନା ବେଳେ ସ୍ବୀକାର କରିଥିଲେ। ଧାମରା ଅଞ୍ଚଳ ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଏହା ଅନୁଭବ କରିଥିଲେ। ଏବେ ରାଜସ୍ବ ଓ କୃଷି ବିଭାଗ ପକ୍ଷରୁ କର୍ମଚାରୀମାନେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ମାତ୍ର ବାତ୍ୟା ହେବାର ୧୧ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କ୍ଷତିଗ୍ରସ୍ଥଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇପାରି ନାହିଁ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଆକଳନ କାମ ବିଳମ୍ବ ହୋଇଥିବା କୁହାଯାଉଛି। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତରେ ବିଳମ୍ବ ହେଉଥିବାରୁ ଏହି ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ତିତ୍ଲିର ସହାୟତା କ୍ଷତିଗ୍ରସ୍ତଙ୍କୁ ମିଳି ନ ଥିବାବେଳେ ଅଧିକାଂଶ କ୍ଷେତ୍ରରେ ତିତ୍ଲିର ତଥ୍ୟକୁ ନେଇ କମ୍ପ୍ୟୁଟରରେ ଅଦଳବଦଳ କରି ବୁଲ୍ବୁଲ୍ କ୍ଷୟକ୍ଷତିର ଆକଳନ କରାଯାଉଥିବା ଆଲୋଚନା ହେଉଛି। ଏପରି ହେଲେ ଅନେକ କ୍ଷତିଗ୍ରସ୍ତ ବାଦ୍ ପଡ଼ିବେ ବୋଲି ନାଲଗୁଣ୍ଡାର ସରପଞ୍ଚ ମନୋଜ ଭଳ କହିଛନ୍ତି।
କୃଷି ବିଭାଗର ତଥ୍ୟ ଅନୁସାରେ ଚାନ୍ଦବାଲି ବ୍ଲକରେ ପ୍ରାୟ ୩୩ ହଜାର ହେକ୍ଟର ଜମିରେ ଚଳିତବର୍ଷ ଖରିଫ ଧାନ ଚାଷ ହୋଇଛି। ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ପ୍ରଭାବରେ ଚାନ୍ଦବାଲି ବ୍ଲକ ଓ ଏନ୍ଏସିକୁ ମିଶାଇ ମୋଟ୍ ୧୭ ହଜାର ୫୦୯ ହେକ୍ଟର ଜମିରେ ଧାନଚାଷ କ୍ଷତି ହୋଇଛି। ଆରଡ଼ି ଅଞ୍ଚଳର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ପଞ୍ଚାୟତର କେତେକ ମୌଜାରେ ୫୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାର ପରିମାଣ ୩୩ ରୁ ୫୦ ପ୍ରତିଶତ ମଧ୍ୟରେ ରହିଛି ବୋଲି ସହକାରୀ କୃଷି ଅଧିକାରୀ ଦେବସ୍ମିତା ମିଶ୍ର ସୂଚନା ଦେଇଛନ୍ତି। ସେହିପରି ରାଜସ୍ବ ବିଭାଗ ପକ୍ଷରୁ ଘରଭଙ୍ଗା ତାଲିକା ଚୂଡାନ୍ତ ହୋଇପାରି ନାହିଁ। ପ୍ରଥମେ ଏହି ସଂଖ୍ୟ ୪ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଥିବାବେଳେ ଏବେ ୧ ହଜାର ମଧ୍ୟରେ ସୀମିତ ରହିବ ବୋଲି ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ କ୍ଷତିଗ୍ରସ୍ତଙ୍କ ତାଲିକାରେ ନାମ ସ୍ଥାନିତ କରିବାକୁ ଅର୍ଥ ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏ ସମ୍ପର୍କରେ ତହସିଲଦାର ସତ୍ୟଜିତ ରାଉତଙ୍କୁ ପଚାରିବାରୁ ଅର୍ଥ ଆଦାୟ କଥାକୁ ସେ ଅସ୍ବୀକାର କରିବା ସହିତ ଉପଯୁକ୍ତ ପ୍ରମାଣ ମିଳିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ
ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ
ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା
ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…
ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍ ସିଲିଣ୍ଡର, ଜବତ କରି ଉପଜିଲାପାଳ…
ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍ ସିଲିଣ୍ଡର୍କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍ କାଟ୍
ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍କାଟ୍ ହେବ ନାହିଁ…
ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ
ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…
Archives

