ବାତ୍ୟା ଅମ୍ଫନ: ଜଗତ୍‌ସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବେଶି ପ୍ରଭାବ ରହିବ, ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟାଯାଏ ସତର୍କ

ଭୁବନେଶ୍ୱର, ୧୯।୫(ବ୍ୟୁରୋ): ବାତ୍ୟା ଅମ୍ଫନ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷା ବଢ଼ୁଥିବା ବେଳେ ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ଯାଏ ଏହାର ପ୍ରଭାବ ଅଧିକ ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜଗତ୍‌ସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଏହାର ବେଶି ପ୍ରଭାବ ରହିବ। ଦକ୍ଷିଣ ଓଡ଼ିଶାରେ ୪୫ରୁ ୫୫ କିମି ବେଗରେ ପବନ ବହିବ। କ୍ରମେ ଏହା ବଢ଼ିବ। ପବନର ବେଗ ବଢ଼ିବା ସହ କାଳକ୍ରମେ ଉତ୍ତର ଉପକୂଳକୁ ଗତି କରିବ। ଉତ୍ତର ଓଡ଼ିଶା ଉପକୂଳରେ ୧୦୦ କିମିରୁ ସର୍ବାଧିକ ୧୨୫ କିମି ବେଗରେ ପବନ ବହିପାରେ।
ଅମ୍ଫାନ ଏବେ ପାରାଦୀପଠାରୁ ୪୮୦ କିମି ଦୂରରେ ରହିଛି। ବୁଧବାର ଅପରାହ୍ନରୁ ସନ୍ଧ୍ୟ ମଧ୍ୟରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଳ କଲା ବେଳେ ପବନର ବେଗ ୧୫୫ରୁ ୧୮୫ କିମି ରହିବ। ଏହା ଏବେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି। ସ୍ଥଳଭାଗ ଛୁଇଁଲା ବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ମମିତା: ମିଳିବ ଏତିକି ଟଙ୍କା

କୋରାପୁଟ,୫।୨(ଅମିତାଭ ବେହେରା): ମାଓବାଦୀ ଏସିଏମ କ୍ୟାଡର ମମତା ପଡିଆମି ଓରଫ ମମିତା (୨୬)ଏସଏଲଆର ସହିତ ଗୁରୁବାର କୋରାପୁଟ ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ନିକଟରେ ଆତ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri