ବାଣିଜ୍ୟ ବିବାଦର ସମାଧାନ ପାଇଁ ସହମତି

ଓସାକା,୨୯ା୬: ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରନେତାମାନଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିରେ ବାଣିଜ୍ୟ, ପ୍ରତିରକ୍ଷା, ୫ଜି ଯୋଗାଯୋଗ ନେଟ୍‌ଓ୍ବାର୍କ ସମେତ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ନିକଟରେ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ମାଧ୍ୟମରେ ପତ୍ର ଲେଖି ଟ୍ରମ୍ପ୍‌ ଭାରତ ପ୍ରତି ତାଙ୍କର ଭଲପାଇବା ଜଣାଇଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକ ସଭା ନିର୍ବାଚନରେ ମୋଦିଙ୍କ ବିପୁଳ ବିଜୟ ଲାଗି ଆମେରିକା ରାଷ୍ଟ୍ରପତି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଏକାଠି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ଦେଖାଦେଇଥିବାବେଳେ ଏହାର ସମାଧାନ ପନ୍ଥା ବାହାର କରିବା ଲାଗି ଖୁବ୍‌ଶୀଘ୍ର ବାଣିଜ୍ୟମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରାଇବା ପାଇଁ ଉଭୟ ଟ୍ରମ୍ପ୍‌ ଓ ମୋଦି ସହମତ ହୋଇଥିଲେ। ଆଲୋଚନା ବେଳେ ଆମେରିକା ବାଣିଜ୍ୟ ପ୍ରତିନିଧି ରବର୍ଟ ଲିଥାଇଜର ଏବଂ ଟ୍ରେଜେରି ସଚିବ ଷ୍ଟିଭେନ୍‌ ମଚିନ୍‌ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଧାର୍ଯ୍ୟ କରିଥିବାରୁ ଏହାକୁ ନେଇ ଟ୍ରମ୍ପ୍‌ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରିନେବା ଲାଗି ଗୁରୁବାର ଦାବି କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ବାଣିଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବଜାର ପ୍ରବେଶ ଏବଂ ଶୁଳ୍କ ବୃଦ୍ଧିକୁ ନେଇ ଦୁଇଦେଶ ମଧ୍ୟରେ ବିବାଦର ଆଶଙ୍କା ସୃଷ୍ଟି ହୋଇଥିଲା।
ବୈଷୟିକ ସହଯୋଗ ବୃଦ୍ଧି, ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କ ବଢ଼ାଇବା ସମେତ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି। ଆମେରିକା ସହ ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଉଭୟେ ପରସ୍ପରର ଉଦ୍‌ବେଗ ଜଣାଇବା ସହ ବାଣିଜ୍ୟ ମନ୍ତ୍ରୀସ୍ତରୀୟ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ରାଜି ହୋଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିଜୟ ଗୋଖ୍‌ଲେ ଖବରଦାତାମାନଙ୍କୁ କହିଛନ୍ତି। ଆଲୋଚନା ବେଶ୍‌ ଫଳପ୍ରଦ ହୋଇଥିବା ଗୋଖ୍‌ଲେ କହିବା ସହ ଦୁଇଦେଶ ମଧ୍ୟରେ ବୃହତ୍ତର ପ୍ରତିରକ୍ଷା ସମ୍ପର୍କକୁ କୌଣସି ପ୍ରସଙ୍ଗ ପ୍ରଭାବିତ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଆମେରିକା ପରରାଷ୍ଟ୍ର ସଚିବ ପମ୍ପିଓ ବୁଧବାର ନୂଆଦିଲ୍ଲୀ ଆସିଥିବାବେଳେ ଭାରତ-ଆମେରିକା ଗୁରୁତ୍ୱପୂର୍ଣ୍ଣ ବନ୍ଧୁ ହୋଇଥିବାରୁ ମତଭେଦ ରହିବା ସ୍ବାଭାବିକ ବୋଲି କହିଥିଲେ। ତେବେ ଅର୍ଥନୈତିକ ବିବାଦର ସମାଧାନ ଲାଗି କାର୍ଯ୍ୟ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଭାରତୀୟ ସାମଗ୍ରୀ ଉପରୁ ଆମେରିକା ଅଗ୍ରାଧିକାର ପ୍ରବେଶ ସୁବିଧା ପ୍ରତ୍ୟାହାର କରିନେବା ପରେ ନୂଆଦିଲ୍ଲୀ ଆମେରିକାରୁ ଆସୁଥିବା ଆଲମଣ୍ଡ, ଡାଲି, ଓ୍ବାଲନଟ୍‌ ଆଦି ୨୮ଟି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରିଥିଲା।
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଶକ୍ତି ସୁରକ୍ଷା ଏବଂ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଶାନ୍ତିକୁ ନେଇ ଭାରତର ଉଦ୍‌ବେଗ ସମ୍ପର୍କରେ ମୋଦି ଟ୍ରମ୍ପ୍‌ଙ୍କୁ ଜଣାଇଥିଲେ। ଉପସାଗରୀୟ ଜଳରାଶିରେ ତୈଳବାହୀ ଜାହାଜଗୁଡିକର ଯାତାୟାତରେ ତେହେରାନ ପ୍ରତିବନ୍ଧକ ସୃଷ୍ଟି କରିବା ସହ ଆମେରିକାର ଏକ ଗୋଇନ୍ଦା ଡ୍ରୋନ୍‌କୁ ଖସାଇ ଦେଇଥିବା ଟ୍ରମ୍ପ୍‌ କହିଥିଲେ। ପାରସ୍ୟ ଉପସାଗର ଅଞ୍ଚଳରେ ସ୍ଥିରତା କିପରି ବଜାୟ ରହିପାରିବ ତାହା ଉପରେ ମୋଦି ଗୁରୁତ୍ୱ ଦେଇଥିଲେ।
ଦୁଇନେତାଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଭାରତ-ଜାପାନ-ଆମେରିକା ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯୋଗାଯୋଗ ଓ ଭିତ୍ତିଭୂମି ବିକାଶ ଲାଗି ଏକାଠି କାର୍ଯ୍ୟ କରିବାକୁ ଏବଂ ଚାଇନା ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ ଚଳାଇଥିବା ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ପ୍ରସଙ୍ଗ ଟ୍ରମ୍ପ୍‌, ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଆଲୋଚନାରେ ସ୍ଥାନ ପାଇଥିଲା। ଆଲୋଚନା ଫଳପ୍ରଦ ଥିଲା ବୋଲି ମୋଦି ଟୁଇଟ୍‌ କରି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri