ବାଟବଣା ଜନସେବା ଅଧିକାର ଆଇନ: ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ରସୁଲପୁର,୫।୬(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ତହସିଲରେ ବାଟବଣା ହୋଇଛି ଜନସେବା ଅଧିକାର ଆଇନ। ଏଠାରେ ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଛି। ଏଭଳି ଅବ୍ୟବସ୍ଥା ପାଇଁ ତହସିଲ ପକ୍ଷରୁ ଜିଲାପାଳ, ବିଏସଏନଏଲ ଅଧରକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ା ହଲେ ମସସ୍ୟା ସମାଧାନ ହୋଇପାରୁ ନାହିଁ। ଫଳରେ ତହସିଲକୁ ନାନା ସହାୟତା ପାଇଁ ଆସୁଥିବା ଜନସାଧାରଣଙ୍କୁ ନିରାଶ ହେବାକୁ ପଡୁଛି ା ଏଥିପାଇଁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କ ଇଣ୍ଟରନେଟ ସେବା ପ୍ରଦାନ ଦିଗରେ କାଳକ୍ଷେପଣ ନୀତିକୁ ଦାୟୀ କରାଯାଉଛି ା ସାଧାରଣ ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରୁଥିବା ବିଏସ୍‌ଏନ୍‌ଏଲ୍‌ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଜନସେବା ଅଧିକାରୀ ଆଇନ ଊଲ୍ଲଙ୍ଘନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ା
ରସୁଲପୁର ତହସିଲ ଜନସାଧାରଣଙ୍କ ଅସ୍ଥା ଓ ବିଶ୍ୱାସ ଭାଜନ ହୋଇପାରୁ ନାହିଁ ା ତହସିଲରୁ ଲୋକେ ବିଭିନ୍ନ ସୁବିଧା ପାଇବାକୁ ନିରାଶାରେ ଫେରୁଛନ୍ତି।ଏପରି ସମସ୍ୟା ଗତ ୩ମାସ ହେଲା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି। ଇଣ୍ଟରନେଟ୍‌ ସେବାରେ ବ୍ୟାଘାତ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତହସିଲର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ ଓସ୍ବାନ ନାମକ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ଏହି ସଂସ୍ଥାର ସାଇଟ୍‌ କେବଳ ବିଏସ୍‌ଏନ୍‌ଏଲ୍‌ ନେଟୱର୍କରେ ଉପଲବ୍ଧ ହେଉଛି। ଏହି ନେଟୱର୍କରେ ତ୍ରୁଟି ବିଚ୍ୟୁତି ଯୋଗୁ ଜମିଜମା ସମ୍ପର୍କିତ ସେବା ଯଥା ପଟ୍ଟା ପ୍ରଦାନ, ମିଉଟେଶନ, ପାର୍ଟିସନ, କନଭର୍ସନ ଆଦି ସମସ୍ୟା ସମାଧାନ ହୋଇପାରୁ ନାହିଁ ା ଏହାଛଡା ଛାତ୍ରୀଛାତ୍ର ଓ ବେକାରୀ ଯୁବତୀଯୁବକଙ୍କ ପାଇଁ ଜାତିଗତ, ଆୟଗତ, ବାସଗୃହ ଜନିତ, ଆର୍ଥତ୍କ ଭଳି ପ୍ରମାଣପତ୍ର ମିଳିପାରୁ ନାହିଁ। ଏଥିସହ ସରକାରଙ୍କ ପକ୍ଷରୁ ଆସୁଥିବା ଚିଠିପତ୍ର ସମ୍ପର୍କିତ ସୂଚନା ଆଦି ମିଳିପାରୁ ନାହିଁ। ଜରୁରୀକାଳୀନ ସେବାକୁ ମୋବାଇଲ ନେଟୱର୍କରେ ପରିଚାଳନା କରାଯାଉଛି ା ବାକି ଆଉ ସବୁ ଜନାଭିମୁଖୀ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି ା ଏ ନେଇ ତହସିଲ କର୍ମଚାରୀଗଣ ଅନେକ ସମୟରେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି ା ଉକ୍ତ ସମସ୍ୟାକୁ ନେଇ ହାତବାନ୍ଧି ବସି ନାହାଁନ୍ତି ବୋଲି ତହସିଲ୍‌ଦାର ଜ୍ୟୋତିକାନ୍ତ ଭୁଜବଳ ପ୍ରକାଶ କରିଛନ୍ତି। ସେ ଏ ଦିଗରେ ୨ଥର ଚିଠି ଜରିଆରେ ଜିଲା ଅଧିକାରୀଙ୍କ ନଜରକୁ ଆଣିଛନ୍ତି। ତହସିଲ ଚିଠି ନଂ-୫୮୬/୧୯ ଓ ପରେ ମେ ୨୫ ତାରିଖରେ ଚିଠି ନଂ ୧୧୪୯/୧୯ରେ ଉଚ୍ଚପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବ୍ୟକ୍ତିଗତ ଭାବରେ ବିଏସ୍‌ଏନ୍‌ଏଲ୍‌(ଚଣ୍ଡିଖୋଲ ଡିଭିଜନ) ଅଧିକାରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ା ତହସିଲ ଅଧିନସ୍ଥ ୪୦ହଜାରରୁ ଊର୍ଦ୍ଧ୍ୱ ପରିବାରର ଲକ୍ଷାଧିକ ଲୋକ ଏଠାରୁ ସେବା ପାଇବା ପାଇଁ ନିର୍ଭର କରୁଛନ୍ତି। ମାତ୍ର ଏଠାରେ ସେମାନଙ୍କୁ ମାସାଧିକ କାଳ ସେବା ମିଳିପାରୁ ନାହିଁ ା ଏ ସବୁ ଜାଣି ବିଏସଏନଏଲ କର୍ତ୍ତୃପକ୍ଷ ସମସ୍ୟାକୁ ଅଣଦେଖା କରୁଥିବାର ଅଭିଯୋଗ ହେଉଛି ା ଏ ନେଇ ବିଏସ୍‌ଏନ୍‌ଏଲ୍‌ ସହାକରୀ ଯନ୍ତ୍ରୀ ଚନ୍ଦ୍ରକାନ୍ତ ସ୍ବାଇଁଙ୍କୁ ପଚାରିବାରୁ ସେ ରାଜପଥ କର୍ତ୍ତୃପକ୍ଷଙ୍କ ଉପରକୁ ଦୋଷ ଠେଲି ଦେଇଛନ୍ତି। ରାଜପଥ ସମ୍ପ୍ରସାରଣ ଯୋଗୁଁ ମାଟିତଳେ ପ୍ରାୟତଃ ଦେଢ କି.ମି. ଲମ୍ବର ଟେଲିଫୋନ ଲାଇନ ଏକାଧିକ ସ୍ଥାନରେ ଖରାପ ହୋଇଯାଇଛି। ତାକୁ ଚିହ୍ନଟ କରିବା ସମ୍ଭବପର ହେଉନାହିଁ। ଏହାର ବିକଳ୍ପ ଭାବରେ ସେ ଓଭର ହେଡ କନେକ୍ସନ ସଂଯୋଗ କରି ସମସ୍ୟା ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ସମାସ୍ୟା ସମାଧାନ ହୋଇଯିବ ବୋଲି ସହାକରୀ ଯନ୍ତ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…

ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି...

ଥାନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍‌ପି

ଯାଜପୁର,୪।୧୨: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଝିଅ-ପୁଅ ମାମଲାର ଚାର୍ଜସିଟ ରିପୋର୍ଟକୁ ନେଇ ଥାନା ଭିତରେ ତୁମୁଳକାଣ୍ଡ...

ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ  ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କୁ….. 

ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ...

ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ...

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ...

ଭୟଙ୍କର ଦୁର୍ଘଟଣା: ଚାରି ଜଣଙ୍କ ଉପରେ ମାଡିଗଲା ବସ୍‌

ଯାଜପୁର,୨୩।୧୧: ଭୟଙ୍କର ଦୁର୍ଘଟଣା। ଜଣଙ୍କୁ ନୁହେଁ ଏକାବେଳକେ ଚାରି ଚାରି ଜତଣଙ୍କୁ ଧକ୍କା ଦେଲା ହରଗୋୖରୀ ନାମକ ଘରୋଇ   ବସ୍‌। ଏଥିରେ  ୪ ଜଣ ଗୁରୁତର...

ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…

ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ...

‘ଶିଶୁର ବିକାଶରେ ସଭ୍ୟତାର ବିକାଶ ସମ୍ଭବ’

ଭୁବନେଶ୍ୱର,୨୨ା୧୧: ୧ ୟୁନିଟ୍‌-୩ ନିକଟସ୍ଥ ସ୍କାଉଟ ଭବନ ପରିସରରେ ଶିଶୁ ସାହିତ୍ୟ ପତ୍ରିକା ମହକ ଭରା ‘ ବଉଳଫୁଲ’ ସାହିତ୍ୟ ସଂସଦର ୧୯ ତମ ବାର୍ଷିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri