ବାଜିବଲୋ ସାହାନାଇ

ଶୁଭ ବିବାହରେ ସାହାନାଇଟିଏ ଲୋଡା ପଡ଼େ। ଏହାକୁ ପେସା କରି ଚଳୁଥିବା ଲୋକଟିର ଜୀବନରେ କେମିତି କଳା ଅନ୍ଧାର ଘୋଟି ଆସେ ଆଉ ତା’ପରେ କ’ଣ ହୁଏ ତାହାକୁ ନେଇ କାହାଣୀ ଗତିଶୀଳ। ଏହି କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ବାଜିବଲୋ ସାହାନାଇ’ର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବେଶ୍‌ କିଛିବର୍ଷ ପୂର୍ବେ ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବଲୋ ସାହାନାଇ’ ସୁପରହିଟ୍‌ ହୋଇଥିଲା। ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟରେ ଭରି ରହିଥିଲା ଫୁଲ୍‌ ଏଣ୍ଟରଟେନମେଣ୍ଟ। ହେଲେ ଏବେ ବଡ଼ ପରଦାରେ ଆଶୁତୋଷଙ୍କ ସାହାନାଇ ପୁଣି ଥରେ ବାଜିବାକୁ ଯାଉଛି। ଅପରପକ୍ଷରେ ଏହାକୁ କିପରି ଏକ ସୁନ୍ଦର ସିନେମାଟିଏ କରାଯାଇପାରିବ ସେ ନେଇ ପୂରା ଦମ୍‌ରେ ଅଣ୍ଟା ଭିଡିଛନ୍ତି ଅପେରା ଜଗତର ଆଗଧାଡିର ନିର୍ଦ୍ଦେଶକ ଆଶୁତୋଷ। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ରହିଛନ୍ତି ସମ୍ବିତ, ଅମ୍ଳାନ କୁମାର ଏବଂ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌। ଏମାନଙ୍କ ବ୍ୟତୀତ ରାଇମୋହନ, ଅଶ୍ରୁମୋଚନ ମହାନ୍ତି, ଆଶୁତୋଷ, ଭୂପତି ତ୍ରିପାଠୀ, ସୁମନ, ପ୍ରତିଭା ପଣ୍ଡା, ଜୟୀରାମ ସାମଲ ଏବଂ ଅପେରା ଅଭିନେତା ହୃଷୀକେଶ ମଧ୍ୟ କାଷ୍ଟିଂରେ ଅଛନ୍ତି। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ (ଟିଟନ)। ଚଳଚ୍ଚିତ୍ରର ବୈଷୟିକ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁରେଶ ଦାସ।

Share