Categories: ଜାତୀୟ

ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲାଣି ଭାଜପା

ନୂଆଦିଲ୍ଲୀ,୫।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରତିଷ୍ଠାତା, ବରିଷ୍ଠ ନେତା ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏବେଠାରୁ ଭାଜପା ପ୍ରସ୍ତୁତି ଆରମ୍ଭ କରି ସାରିଛି। ଆସନ୍ତା ୧୬ ତାରିଖରେ ଏହା ପାଳନ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏହା ପାଳନ କରାଯିବ ବୋଲି ଏକ ବୈଠକରେ ସ୍ଥିର କରାଯାଇଛି। ଏଥିରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୬ରେ ୯୩ ବର୍ଷ ବୟସରେ ବାଜପେୟୀଙ୍କର ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌(ଏମ୍ସ)ରେ ପରଲୋକ ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ବିଦେଶରୁ ମଧ୍ୟ ବହୁ ନେତା ଭାରତ ପହଞ୍ଚିଥିଲେ। ଏବର୍ଷ ଭାଜପା କେବଳ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ନୁହେଁ, ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନକୁ ମଧ୍ୟ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାର ଯୋଜନା କରିଛି।

Share