Categories: ଜାତୀୟ

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି। ଭାରତ ରତ୍ନରେ ସମ୍ମାନିତ ବାଜପେୟୀଙ୍କ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ ଏବଂ ଓଜନ ୫ ଟନ। ଲୋକ ଭବନରେ ଲଗାଯାଇଥିବା ଏହି ପ୍ରତିକୃତିକୁ ରାଜସ୍ଥାନରୁ ଲକ୍ଷ୍ନୌ ଅଣାଯାଇଥିଲା। ଏହି ଲୋକାର୍ପଣ ଅବସରରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ୩ ଦିନିଆ ସମାରୋହ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି।

Share