ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୧୦।୧୧ – ଭଦ୍ରକ ଜିଲା ଧାମନଗର ବ୍ଲକ ଶହୀଦନଗର ଇଟ୍ଟାପାଳ ଗଁାର ସମୀର ସେନାପତି(୨୪)ଙ୍କ ବାଙ୍ଗାଲୋରରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତଦେହ ଜନ୍ମମାଟିକୁ ଫେରିପାରି ନାହିଁ। ସୂଚନା ଅନୁଯାୟୀ, ସମୀର ସେଠାରେ ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ ଠିକା ଶ୍ରମିକ ଭାବେ ଦୀର୍ଘ ୪ ବର୍ଷ ଧରି କାମ କରିଆସୁଥିଲେ। ସେ କାର୍ଯ୍ୟରତ ଥିବାବେଳେ ଏକ ଚେନ୍‌ପୁଲିରେ ଭାରି ଯନ୍ତ୍ରାଂଶ ଉଠୁଥିବା ସମୟରେ ହଠାତ୍‌ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇ ଘରକୁ ଆସିପାରି ନାହିଁ। ତାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଜିଲା ପ୍ରଶାସନ ସହାୟତା କ୍ରମେ ମୃତଦେହ ସେଠାରୁ ଅଣାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।