ବାଙ୍ଗାଲୋରରୁ ଗିରଫ ନାବାଳିକା ଅପହରଣକାରୀ

ତିହିଡ଼ି, ୮।୧(ଡ.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବିଲଣା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଯୁବକଙ୍କୁ ବୁଧବାର ପୋଲିସ ବାଙ୍ଗାଲୋରରୁ ଗିରଫ କରିଛି। ଏଥିସହ ଅପହୃତା ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଯୁବକ ହେଲେ ଧୂଷୁରୀ ଥାନା ଅଧୀନ ମିର୍ଗାଘାଟକୂଳ ଗ୍ରାମର କୁନା ମଳିକ। ଗତ ନଭେମ୍ବର ୩୦ରେ କୁନା ନାବାଳିକାଙ୍କୁ ତାଙ୍କ ଗଁାରୁ ଅପହରଣ କରି ନେଇଥିଲେ। ପରେ ନାବାଳିକାଙ୍କ ମା’ ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା(ନଂ.୫୨୮/୧୯) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ଗିରଫ କୁନାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।