ବାଙ୍କୀ, ଆଠଗଡ଼, ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଙ୍କୀ/ଆଠଗଡ଼,୨୩ା୫ : କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତିରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଥିବା ଜଣାଯାଇଛି। ଆଠଗଡ଼ରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଥମ ପର୍ଯ୍ୟାୟ ଗଣତି ସୁଦ୍ଧା ୧୦୮୨ ଭୋଟ୍‌ରେ ଆଗୁଆ ଅଛନ୍ତି। ସେ ୨୭୩୮ ଭୋଟ୍‌ ପାଇଥିବାବେଳେ ଭାଜପା ପ୍ରାର୍ଥୀ ବ୍ରଜେନ୍ଦ୍ର ରାୟ ୧୬୫୬ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥ ୩୬୪ ଭୋଟ୍‌ ପାଇଛନ୍ତି। ବାଙ୍କୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ୩୦୩୨ ଭୋଟ୍‌ ପାଇ ଆଗରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ୧୪୬୮ ଓ ଭାଜପା ପ୍ରାର୍ଥୀ ସଞ୍ଜୟ ପାଢୀ ୧୩୯୦ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିବା ଜଣାପଡିଛି। ସେହିପରି ବଡ଼ମ୍ବାରେ ବିଜେଡି ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଆଗୁଆ ଅଛନ୍ତି।