ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ୍‌ ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ ରହିଥାଏ। ତେବେ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି ବିଦ୍ୟାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏହାପରେ ସେ ପୁଣି ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମରେ ନଜରକୁ ଆସିବେ, ଯାହାକୁ ନେଇ ଆଜିକାଲି ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ହେବା ମଧ୍ୟ ସ୍ବାଭାବିକ। ଘଟଣାଟି ଦିନେ ସାରା ଦେଶକୁ ପ୍ରତିକ୍ରିୟାଶୀଳ କରିଦେଇଥିଲା। ଖବରର ଶିରୋନାମାରେ ସ୍ଥାନିତ ବାଘୁଣୀ ଅବ୍‌ନୀର ହତ୍ୟା ଉପରେ ଆଧାରିତ ଫିଲ୍ମରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।
ନଭେମ୍ବରରେ ମହାରାଷ୍ଟ୍ରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହାରାଷ୍ଟ୍ରର ପାଣ୍ଢରକାଓଡ଼ା ଅଞ୍ଚଳରେ ବାଘୁଣୀ ଅବ୍‌ନୀ ୧୩ ଜଣଙ୍କୁ ଶିକାର କରିଥିଲା। ବାଘୁଣୀର ଏଭଳି ରକ୍ତମୁଖା ରୂପ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିଲା। ସ୍ଥାନୀୟ ଅଞ୍ଚଳରେ ଅବ୍‌ନୀକୁ ନେଇ ଭୟ ଓ ଆତଙ୍କ ବଢ଼ିଚାଲିଥିବାରୁ ତାକୁ ହତ୍ୟା କରାଯାଇଥିଲା। ଏହି ଚର୍ଚ୍ଚିତ ତଥା ବିବାଦୀୟ ହତ୍ୟାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ଆସିଥିଲା। ଏହା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇଥିଲା। ତେବେ ଏହି ଘଟଣା ଉପରେ ବିଦ୍ୟାଙ୍କ ଆଗାମୀ ଫିଲ୍ମ ଆଧାରିତ। ଫିଲ୍ମରେ ସେ ଜଣେ ଫରେଷ୍ଟ ଅଫିସର ଭାବେ ନଜରକୁ ଆସିବେ ବୋଲି ଜଣାପଡ଼ିଛି। ଏଭଳି ଚରିତ୍ର ପାଇଁ ଜଣେ ଦକ୍ଷ କଳାକାର ଓ କୁଶଳୀ ଅଭିନେତ୍ରୀଙ୍କର ଆବଶ୍ୟକ ହେଉଥିବାବେଳେ ବିଦ୍ୟା ଏଥିପାଇଁ ଏକଦମ୍‌ ଫିଟ୍‌ ବୋଲି କୁହାଯାଉଛି। ଅନ୍ୟପଟେ ମେ’ ୮ରେ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ ରିଲିଜ୍‌ ହେଉଛି। ଏହା ଏକ ବାୟୋପିକ୍‌ ହୋଇଥିବାବେଳେ ହ୍ୟୁମାନ୍‌ କମ୍ପ୍ୟୁଟର କୁହାଯାଉଥିବା ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri