ବାଘଲଟି ଜଳ ଭଣ୍ଡାରରେ ଫସିଥିବା ୪ ଜଣ ଉଦ୍ଧାର

ପାତ୍ରପୁର,୭।୮(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁରୁବୁଡ଼ିଠାରେ ଥିବା ବାଘଲଟି ଜଳଭଣ୍ଡାରରେ ବୁଧବାର ଫସିଥିବା ୪ଜଣକୁ ଉଦ୍ଧାର କରିଛି ପାତ୍ରପୁର ଦମକଳ ବାହିନୀ। ସେମାନେ ହେଲେ ବେହେରାପୁଟୁ ଗ୍ରାମର ସବିତା କାର୍ଯୀ (୧୯), ନରସିଂହ କାର୍ଯୀ (୪୫), ଏଲଗଲ ଗ୍ରାମର ଦଣ୍ଡପାଣି କାର୍ଯୀ (୧୬), ପ୍ରଫୁଲ୍ଲ କାର୍ଯୀ (୨୦)। ପୂର୍ବାହ୍ନରେ ୪ଜଣ ସବୁଦିନିଆ ଜଳ ପଥରେ ବାଘଲଟି ପାର ହୋଇ ତୁରୁବୁଡ଼ି ବଜାରକୁ ସାମଗ୍ରୀ ଆଣିବା ପାଇଁ ଆସି ଫେରୁଥିବାବେଳେ ପବନ ଓ ବର୍ଷା ହେବାରୁ ଡଙ୍ଗା ଭାରସାମ୍ୟ ହରାଇଥିଲା। ବୁଡ଼ିଯବା ଭୟରେ ୪ଜଣ ଡ଼ଙ୍ଗାରୁ ନିକଟରେ ଥିବା ଏକ ଶୁଖିଲା ଗଛ ଉପରକୁ ଚଢିଯାଇ ଡ଼ଙ୍ଗାକୁ ବାନ୍ଧି ଦେଇଥିଲେ। ଖବର ପାଇ ପାତ୍ରପୁର ତହସିଲ ପ୍ରଶାସନ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚତ୍ ଗଛ ଉପରେ ରହିଥିବା ୪ଜଣଙ୍କୁ ଉଦ୍ଧାର କରିଛନ୍ତି।