ବାଗ୍‌ଦାଦି ନିଜ ଜୀବନ ବଞ୍ଚାଇବା ପାଇଁ ୬୭ ହଜାର ଡଲାରରେ କିଣିଥିଲେ ଶତ୍ରୁକୁ; ବିଶ୍ୱାସଘାତକତା କଲେ ବିଶ୍ୱସ୍ତ

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ନିଜ ଜୀବନ ବଞ୍ଚାଇବା ପାଇଁ ଶତ୍ରୁ ସଂଗଠନ ହୁର୍ଶସ ଅଲ୍‌ ଦିନ୍‌ ସଦସ୍ୟଙ୍କୁ ୬୭ ହଜାର ଡଲାରରେ କିଣିଥିଲେ। ଏହି ସଂଗଠନ ସଦସ୍ୟ ବାଗ୍‌ଦାଦିଙ୍କ ସମ୍ପର୍କିତ ତଥ୍ୟକୁ ଗୁପ୍ତ ରଖିଥିଲା। ତେବେ ବିଶ୍ୱସ୍ତ ବାଗଦାଦିଙ୍କ ସହିତ ବିଶ୍ୱାସଘାତକତା କରିବାରୁ ତାଙ୍କ ଠିକଣା ସମ୍ପର୍କରେ ଜଣାପଡ଼ିଥିଲା। ଏନେଇ ଆମେରିକା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

Share