ବାଗ୍‌ଦାଦିଙ୍କ ଭଉଣୀ ଅଟକ

ଇସ୍ତାନ୍‌ବୁଲ, ୬ା୧୧(ପି.ଟି.): ଉତ୍ତର ସିରିଆରେ ଆଇଏସ୍‌ ଆତଙ୍କବାଦୀ ନେତା ବକର ଅଲ୍‌ ବାଗ୍‌ଦାଦିଙ୍କ ଭଉଣୀକୁ ଅଟକ ରଖାଯାଇଥିବା ତୁର୍କୀ ପକ୍ଷରୁ କୁହାଯାଇଛି। ବାଗ୍‌ଦାବି ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ପୂର୍ବରୁ ନିହତ ହୋଇଥିଲେ। ତାଙ୍କ ଭଉଣୀ ରଶ୍ମିୟା ଆଓ୍ବାଦ୍‌ଙ୍କୁ ଆଜାଜ୍‌ ସହରରେ ଅଟକ ରଖାଯାଇଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ରଶ୍ମିୟା, ତାଙ୍କ ସ୍ବାମୀ ଓ ପିଲାମାନଙ୍କ ଅଟକ ପରେ ଜେରା କରାଯାଉଥିବା ଜଣାପଡ଼ିଛି। ଆଇଏସ୍‌ ଗୁପ୍ତ ଆଡ୍ଡା ଓ ସେମାନଙ୍କ ରଣନୀତି ସମ୍ପର୍କରେ ରିପୋର୍ଟ ସଂଗ୍ରହ କରାଯିବ। ଫଳରେ ଅଧିକରୁ ଅଧିକ ଆଇଏସ୍‌ ସମର୍ଥକଙ୍କୁ ଗିରଫ କରାଯାଇ ପାରିବ ବୋଲି ତୁର୍କୀ ପକ୍ଷରୁ କୁହାଯାଇଛି।

Share