‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ ‘ମଲଙ୍ଗ’। ଏଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ ଦିଶା। ସେ ଏବେ ସଲମାନଙ୍କ ସହ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ଏଥିସହ ଫିଲ୍ମ ‘ବାଗି-୩’ରେ ତାଙ୍କର ଏକ ଆଇଟମ୍‌ ନଂ ରହିବ ବୋଲି ଜଣାପଡ଼ିଛି। ଗୀତର ନାମ ରହିଛି ‘ଡୁ ୟୁ ଲଭ୍‌ ମି’। ଗୀତ ରିଲିଜ ପୂର୍ବରୁ ଦିଶାଙ୍କ କଥିତ ପ୍ରେମିକ ତଥା ଫିଲ୍ମର ଅଭିନେତା ଟାଇଗର ଶ୍ରଫ ଏହାର ପ୍ରଥମ ପୋଷ୍ଟର ଶେୟାର କରିଥିଲେ। ସେହିଭଳି ଦିଶା ମଧ୍ୟ ନିଜ ଗୀତର ଫାଷ୍ଟ ଲୁକ୍‌ ପ୍ରଶଂସକଙ୍କୁ ଭେଟି ଦେଇଥିଲେ। ଏବେ ଗୀତକୁ ରିଲିଜ କରାଯାଇଛି। ଏଥିରେ ଦିଶାଙ୍କୁ ହଟ୍‌ ଲୁକ୍‌ରେ ଦେଖାଯାଉଛି। ପୁଣି ଥରେ ଦିଶା ବୋଲ୍ଡନେସ୍‌ର ଯାଦୁ ବୁଣିଛନ୍ତି ବୋଲି କୁହାଯାଉଛି।

ମାର୍ଚ୍ଚ ୬ରେ ରିଲିଜ ହେବ ଟାଇଗରଙ୍କ ‘ବାଗି-୩’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅହମ୍ମଦ ଖାଁ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ରିତେଶ ଦେଶମୁଖ, ଶ୍ରଦ୍ଧା କପୁର ପ୍ରମୁଖ ନଜର ଆସିବେ। ଫିଲ୍ମ ୨୦୧୨ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ବେଟ୍ଟାଇ’ର ହିନ୍ଦି ରିମେକ। ପୂର୍ବରୁ ଟାଇଗରଙ୍କ ଫିଲ୍ମ ‘ଓ୍ବାର’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ସହ ନଜର ଆସିଥିଲେ ସୁପରଷ୍ଟାର ହ୍ରିତିକ୍‌ ରୋଶନ। ଫିଲ୍ମଟି ବକ୍ସ ଅଫିସରରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ୩୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା ଫିଲ୍ମ।

Share