ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ

ବାଗଦାଦ୍‌,୩।୧: ଇରାକ୍‌ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କଡ଼ା ଜବାବ୍‌ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ ୮ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ଇରାକ୍‌ ଟିଭି ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ବାୟୁସେନାର ଏହି ଆକ୍ରମଣରେ ଇରାନ୍‌ ସମର୍ଥିତ ପପୁଲାର ମୋବିଲାଇଜେସନ୍‌ ବାହିନୀର ଡେପୁଟି କମାଣ୍ଡର ଆବୁ ମହାଦି ଅଲ୍‌-ମୁହାନ୍ଦିସ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଉଛି।

Share