Posted inଖେଳ

ବାଉଣ୍ଡାରିି ନିୟମକୁ ସମାଲୋଚନା

ନୂଆଦିଲ୍ଲୀ, ୧୫ା୭ (ପି.ଟି.)-ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍‌ ମ୍ୟାଚର ଯେପରି ରୋମାଞ୍ଚକ ପରିସମାପ୍ତି ଘଟିଲା, ସେନେଇ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିିବାର ଖେଳାଯାଇଥିବା ଏହି ମ୍ୟାଚ ଟାଇ ରହିବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା। ମାତ୍ର ତାହା ମଧ୍ୟ ଟାଇ ରହିଥିଲା। ଫଳରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ନିୟମାନୁସାରେ ଅଧିକ ବାଉଣ୍ଡାରିି ମାରିଥିବା ଦଳ ଇଂଲଣ୍ଡ ବିଜୟୀ ବିବେଚିତ ହୋଇଥିଲା। ଇଂଲଣ୍ଡ ୨୨ଚୌକା ଓ ୨ ଛକା ଲଗାଇଥିବାବେଳେ ନ୍ୟୁଜିଲାଣ୍ଡର ବାଉଣ୍ଡାରି ସଂଖ୍ୟା ୧୬ ରହିଥିଲା। ଏହି ନିୟମକୁ ବହୁ ଅତୀତ ଓ ବର୍ତ୍ତମାନର ବହୁ କ୍ରିକେଟର ନାପସନ୍ଦ କରିଛନ୍ତି। କ୍ରିକେଟର କିଛି ନିୟମ ରହିଛି ଯାହାର ପରିବର୍ତ୍ତନ ଆବଶ୍ୟକ ବୋଲି ଟୁର୍ନାମେଣ୍ଟର ଟପ୍‌ ସ୍କୋରର ରୋହିତ ଶର୍ମା କହିଛନ୍ତି। ରୋହିତ ୬୪୮ରନ ସ୍କୋର କରିଥିଲେ। ଏଥିରେ ତାଙ୍କର ୫ ଶତକ ସାମିଲ ଥିଲା। ଲିଗ୍‌ ପର୍ଯ୍ୟାୟରେ ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲେ ମଧ୍ୟ ସେମିଫାଇନାଲରୁ ବିଦାୟ ନେଇଥିଲା। କ୍ରିକେଟରେ କେତେକ ନିୟମ ରହିଛି, ଯାହାର ପରିବର୍ତ୍ତନ ଆବଶ୍ୟକ ବୋଲି ରୋହିତ କହିଛନ୍ତି। ପୂର୍ବତନ ଭାରତୀୟ ଓପନର ତଥା ବର୍ତ୍ତମାନର ପାର୍ଲାମେଣ୍ଟରିଆନ ଗୌତମ ଗମ୍ଭୀର ଆଇସିସିର ଏହି ନିୟମକୁ ହସ୍ୟାସ୍ପଦ ବୋଲି କହିଛନ୍ତି। ମ୍ୟାଚ ଟାଇ ହେବା ପରେ କେଉଁ ଭିତ୍ତିରେ ଅଧିକ ବାଉଣ୍ଡାରିି ମାରିଥିବା ଦଳକୁ ବିଜୟୀ ଘୋଷଣାର ବ୍ୟବସ୍ଥା ରହିଛି ତାହାର ହିସାବ ମୁଁ ପାଉନାହିଁ। ତେବେ ଫାଇନାଲରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପ୍ରଦର୍ଶନକୁ ନେଇ ଉଭୟ ଦଳକୁ ବଧେଇ ଜଣାଉଛି। ଗମ୍ଭୀରଙ୍କ ପୂର୍ବତନ ଟିମ୍‌ମେଟ୍‌ ଯୁବରାଜ ସିଂ କହିଛନ୍ତି, ଯଦିଓ ମୁଁ ଏହି ନିୟମର ସପକ୍ଷରେ ନାହିଁ। କିନ୍ତୁ ନିୟମ ହେଉଛି ନିୟମ। ବିଶ୍ୱକପ୍‌ ଜିତିିଥିବାରୁ ମୁଁ ଇଂଲଣ୍ଡକୁ ଅଭିନନ୍ଦନ ଜଣାଉଛି। କିନ୍ତୁ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ହୃଦୟସ୍ପର୍ଶୀ ଥିଲା। ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ସ୍କଟ ଷ୍ଟାଇରିସ ଆଇସିସିକୁ ଏକ ‘ଜୋକ’୍‌ ବୋଲି ଅଭିହିତ କରିଛନ୍ତି। ଭାରତୀୟ ସ୍ପିନ କିମ୍ବଦନ୍ତୀ ବିଶେନ ସିଂ ବେଦୀ ମଧ୍ୟ ଆଇସିସି ନିୟମକୁ କଟୁ ସମାଲୋଚନା କରିଛନ୍ତି। ଆଇସିସି ନିୟମ ଇଂଲଣ୍ଡକୁ ବିଶ୍ୱକପ୍‌ ଜିତାଇବାରେ ସହାୟକ ହେଲା। ମୋ ମତରେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲେ ଭଲ ହୋଇଥାନ୍ତା। ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସ ତାଙ୍କ ଟ୍ବିଟର ପେଜ୍‌ରେ କହିଛନ୍ତି, ଡିଏଲ ସିଷ୍ଟମ ପ୍ରକୃତରେ ରନ ଏବଂ ଉଇକେଟ ପତନ ଭିତ୍ତିରେ ପର୍ଯ୍ୟବେଶିତ। କିନ୍ତୁ ଟାଇ ଭାବେ ଶେଷ ହୋଇଥିବା ଏକ ମ୍ୟାଚର ଫଳାଫଳ ବାଉଣ୍ଡାରି ହିଟ୍‌ ଭିତ୍ତିରେ ନିରୂପଣ କରାଯିବା ଯଥାର୍ଥ ନୁହେଁ।
ସୁପର ଓଭରରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ବେନ ଷ୍ଟୋକ୍ସ ଏବଂ ଜୋସ୍‌ ବଟଲର ଦଳ ପାଇଁ ୧୫ ରନ ସ୍କୋର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଏକ ଉଇକେଟ ବିନିମୟରେ ସମାନ ସ୍କୋର କରିଥିଲା। ଇଂଲଣ୍ଡ ମ୍ୟାଚରେ ଅଧିକ ବାଉଣ୍ଡାରିି ମାରିଥିବାରୁ ବିଜୟୀ ବିବେଚିତ ହୋଇଥିଲା। ଅଷ୍ଟ୍ରେଲିଆର ପୂର୍ବତନ ପେସ୍‌ ବୋଲର ବ୍ରେଟ୍‌ ଲି’ ନିୟମର ପରିବର୍ତ୍ତନ ଲୋଡା ବୋଲିି କହିଛନ୍ତି। ଟାଇ ମ୍ୟାଚର ବିଜେତା ଯେଉଁ ଭିତ୍ତିରେ ଘୋଷଣା କରାଗଲା ତାହା ଅତ୍ୟନ୍ତ ସଂଘାତିକ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ମାନେ ମଧ୍ୟ ସେମାନଙ୍କ ଅସନ୍ତୋଷ ଜାହରି କରିଛନ୍ତି। ନିୟମକୁ ଅଯୌକ୍ତିକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ଡିଅନ୍‌ ନାଶ କହିଛନ୍ତି ବର୍ତ୍ତମାନ ଏହି ନିୟମକୁ ବିରୋଧ କରି ହେବ ନାହିଁ। କାରଣ ଟୁର୍ନାମେଣ୍ଟ ପୂର୍ବରୁ ଏହି ନିୟମ ତିଆରି ହୋଇଛି। ଏହି ନିୟମ ଯେଉଁମାନେ ପ୍ରସ୍ତୁତ କରିଛନ୍ତି ସେମାନେ ଏନେଇ ମତାମତ ଲୋଡିବାର ଆବଶ୍ୟକତା ଥିଲା। ଅତୀତରେ ଯେଉଁ ନିୟମ ପ୍ରଚଳିତ ହୋଇ ଆସୁଥିଲା, ତଦନୁସାରେ ମ୍ୟାଚ ଯଦି ଟଇ ରୁହେ ତେବେ ତୁଳନାତ୍ମକ ଭାବେ କମ୍‌ ଉଇକେଟ ହରାଇଥିବା ଦଳକୁ ବିଜେତା ଘୋଷଣା କରାଯାଉଥିଲା। ଏହି ନିୟମର ଅବା କାହିଁକି ପରିବର୍ତ୍ତନ କରାଗଲା। ୨୦୧୫ ବିଶ୍ୱକପ୍‌ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ଦଳର ଅନ୍ୟତମ ସଦସ୍ୟ କାଇଲ ମିଲ୍ସ ମଧ୍ୟ ସମାନ ମତ ଦେଇଛନ୍ତି। ସେ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ବିଷୟ ଯେ, ଆମେ ନିୟମ ବିରୋଧରେ ଅଭିଯୋଗ କରିପାରିବା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri