ବାଇପାସ୍‌ ଛକରେ ସ୍ଥାପନ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଓ ଉଦ୍ୟାନ

ଭଦ୍ରକ ଅଫିସ, ୧୦ା୬- ଭଦ୍ରକ ମାଟିର ମହକ ତଥା ଓଡ଼ିଶାର ଗର୍ବ ଓ ଗୌରବ, ରାଜ୍ୟ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଙ୍ଗଳବାର ସ୍ଥାନ ପରିଦର୍ଶନ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ଆଗାମୀ ୧୦ ଦିନରେ କାମ ଆରମ୍ଭ ହୋଇ ଯଥାଶୀଘ୍ର ନୂତନ ପ୍ରତିମୂର୍ତ୍ତି ସ୍ଥାପନ ସହ ପାର୍କ ଓ ଏଲିଡି ଲାଇଟରେ ବ୍ୟବସ୍ଥା କରାଯିବା ସହ ସାତ ଦିନ ମଧ୍ୟରେ ୩ ଡି ହୋର୍ଡିଂ ଲାଗିବ ବୋଲି କହିଛନ୍ତି ବିଧାୟକ। କଟକର ଏକ ଆର୍କିଟେକ ସଂସ୍ଥାର ଯନ୍ତ୍ରୀଙ୍କ ଉପସ୍ଥିତିରେ ଭଦ୍ରକ ସହରର ବାଇପାସ ଛକରେ ସ୍ଥାନ ପରିଦର୍ଶନ କରିବା ସହ କାନ୍ତକବିଙ୍କ ପ୍ରତମୂର୍ତ୍ତି ସ୍ଥାପନ ନେଇ ଆଲୋଚନା କରିଥିଲେ ବିଧାୟକ। ଏହି ସମୟରେ ଭଦ୍ରକ ତହସିଲଦାର, ପୌରପାଳିକା ନିର୍ବାହୀଯନ୍ତ୍ରୀ, ପ୍ରତିମୂର୍ତ୍ତି ସ୍ଥାପନା ଦାବି ଉଠାଇଥିବା କାନ୍ତକବି ମଞ୍ଚ ଆବାହକ ଲକ୍ଷ୍ମୀଧର ବିଶ୍ୱାଳ, ସଂଯୋଜକ ସୁଦାମ ଭୂଇଁ, ପ୍ରକାଶ ସ୍ବାଇଁ ଓ କାନ୍ତକବିଙ୍କ ନାତି ଉମାକଲ୍ୟାଣ ମହାପାତ୍ର ଓ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ନିରୂପଣ ସ୍ଥାନର ୩ଡି ମ୍ୟାପ ପ୍ରସ୍ତୁତ କରାଯାଇ ଖୁବଶୀଘ୍ର କାନ୍ତକବିଙ୍କୁ ଯଥୋଚିତ ସମ୍ମାନ ଦେବାର ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ବିଧାୟକ ଓ ଜିଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ମୂର୍ତ୍ତି କାର୍ଯ୍ୟ ଖୁବ୍‌ଶୀଘ୍ର ସାରିବାକୁ କାନ୍ତକବି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରାସ୍ତା ସମ୍ପ୍ରସାରଣ ନାମରେ ଦୀର୍ଘ ଦୁଇ ବର୍ଷ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ହଟାଯାଇ ପୁନଃ ପ୍ରତିଷ୍ଠା କରାଯାଇ ନ ଥିଲା। ଯାହାଫଳରେ ବିଭିନ୍ନ ସମୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଉଥିଲା। ଅପରାହ୍ନରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଇପାସ ଛକରେ କାନ୍ତକବିଙ୍କ ମୂର୍ତ୍ତି ସ୍ଥଳକୁ ବୁଲି ଦେଖିବା ଅବସରରେ କାନ୍ତକବି ମଞ୍ଚ ପକ୍ଷରୁ ଦାବି ପ୍ରଦାନ ସହ ଅନ୍ୟ ଦାବିକୁ ଦୋହରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri