ବାଇକ୍‌ ଦୁର୍ଘଟଣା : ୨ ଜଣଙ୍କ ଜୀବନଗଲା

ଯାଜପୁର ରୋଡ୍‌,୬।୧୧(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଯାଜପୁର ରୋଡ୍‌ ଜହ୍ନା ପୂର୍ତ୍ତ ବିଭାଗ ରାସ୍ତା ପାଟୁଳୀ ଛକ ନିକଟରେ ବୁଧବାର ସକାଳୁ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକଦ୍ୱୟ ହେଲେ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ବିକାଶ ମଲିକ (୨୭), ଯାଜପୁର ଟାଉନ୍‌ର ହାତୀ ଦାସ(୪୦)। ଗୁରୁତର ଦ୍ୱୟ ହେଲେ ହରିଚନ୍ଦନପୁରର ଦଶମତୀ ରାଉତ (୨୫) ଓ ଲକ୍ଷ୍ମୀ ପୂର୍ତ୍ତି (୩୮)। ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଚୋରଦା ଠାରେ ପଡ଼ିଥିବା କୋଣାର୍କ ଗଣନାଟ୍ୟ ଦେଖି ଆଜି ସକାଳୁ ଯାଜପୁର ଟାଉନ ଫେରୁଥିବା ସମୟରେ ଜହ୍ନା ଗ୍ରାମର ବିକାଶ ମଲିକ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଉଥିବା ବେଳେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା।