ବାଇକ୍‌ରେ ମଦ ଚୋରାଚାଲାଣ ବେଳେ ଦୁର୍ଘଟଣା: ବେପାରୀଙ୍କୁ କାବୁ କଲେ ଗ୍ରାମବାସୀ

ବାହାନଗା,୨୨।୯(ଡି.ଏନ୍‌.ଏ.):ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ଗ୍ରାମର ବାଲେଶ୍ବର -ବାସୁଦେବପୁରକୁ ସଂଯୋଗ କରୁଥିବା ରାସ୍ତରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛିି। ୩ଟି ବାଇକ୍‌ ଯୋଗେ ବାସୁଦେବପୁରରୁ ଅନନ୍ତପୁର ଅଭିମୁଖେ ଯାଉଥିବା ୬ ଚୋରାମଦ ବେପାରୀ ଗୋଟିଏ ଷଣ୍ଢକୁ ଧକ୍କା ଦେଇ ଭାରସାମ୍ୟ ହରାଇ ପଡିଯାଇଥିଲେ। ପରେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିବା ସହିତ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କ ନିକଟରୁ ୨ ଟି ନମ୍ବର ବିହୀନ ଏବଂ ଆଉ ଏକ ନମ୍ବର ଥିବା ବାଇକ୍‌ ଅଟକ ରଖି ଲୋକେ ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏଥିରେ ପ୍ରାୟ ୪୦୦ ଲିଟର ମଦ ଜବତ ହୋଇଥିବା ଜଣାପଡିଛି।