ବାଇକ୍‌କୁ ଧକ୍କା ଦେଲା ଅଟୋ: ଜଣେ ମୃତ, ଜଣେ ଆହତ

ଯାଜପୁର ରୋଡ, ୨୭।୫(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପାଇକେରାପୁର ଛକ ନିକଟରେ ସୋମବାର ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜର୍ଦା ଗ୍ରାମର ଭାଗିରଥୀ ବେହେରା ଓ ଆହତ କୈଳାସ ରାଉତ। ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଟୋଟି ଧକ୍କା ଦେବା ବେଳେ ଫେରାର ହୋଇଯାଇଥିବା ଜଣାପଡ଼ିଛି।