Posted inଖେଳ

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପରେ ସେ ଅବସର ନେବେ। ୩୪ ବର୍ଷୀୟ ଅଭିଜ୍ଞ ଅଲରାଉଣ୍ଡର ନବୀ ୩ଟି ଟେଷ୍ଟ ଖେଳିଛନ୍ତି। ଗତ ବର୍ଷ ଭାରତ ବିପକ୍ଷରେ ସେ ଟେଷ୍ଟ ଖେଳିଥିଲେ ଓ ଏହା ଆଫଗାନିସ୍ତାନ ପାଇଁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଥିଲା। ଟେଷ୍ଟରୁ ଅବସର ନେଉଥିଲେ ମଧ୍ୟ ସେ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିବେ। ଟେଷ୍ଟରେ ଆଫଗାନିସ୍ତାନର ଯୁବ କ୍ରିକେଟରମାନେ ଆଗକୁ ଆସି ଦାୟିତ୍ୱ ନେବା ଆବଶ୍ୟକ। ଯୁବ ଖେଳାଳିମାନେ ଟେଷ୍ଟ ଖେଳିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
କ୍ରିକେଟରେ ଟେଷ୍ଟ ହେଉଛି ସବୁଠାରୁ ଶ୍ରେଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ଫର୍ମାଟ। ପ୍ରତ୍ୟେକ କ୍ରିକେଟର ଟେଷ୍ଟ ଖେଳିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଗତ ୧୮ ବର୍ଷ ହେବ ଆଫଗାନିସ୍ତାନ ପାଇଁ କ୍ରିକେଟ ଖେଳି ଆସୁଛି। ଆଫଗାନିସ୍ତାନକୁ ଟେଷ୍ଟ ମାନ୍ୟତା ମିଳିବା ନେଇ ଆମେ ପ୍ରୟାସ କରିଆସିଥିଲୁ। ଏବେ ଏହି ସ୍ବପ୍ନ ସାକାର ହୋଇଛି ବୋଲି ନବୀ କହିଛନ୍ତି। ଆଫାଗାନିସ୍ତାନ କ୍ରିକେଟକୁ ଆଗକୁ ନେବାରେ ନବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଦେଶ ପାଇଁ ୩ଟି ଯାକ ଫର୍ମାଟ୍‌ରେ ସକ୍ରିୟ ଥିଲେ। ଟି୨୦ରେ ବେଶ୍‌ ସକ୍ରିୟ ରହିଥିବା ନବୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ ଖେଳିଛନ୍ତି। ଯେପର୍ଯ୍ୟନ୍ତ ଫିଟ୍‌ ଥିବି ଆଫଗାନିସ୍ତାନ ପାଇଁ ଦିନିକିଆ ଓ ଟି୨୦ ଖେଳିବା ଜାରି ରଖିବି ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି, ନବୀ ୧୨୧ଟି ଦିନିକିଆ ଖେଳି ୨, ୬୯୯ ରନ ସଂଗ୍ରହ କରିବା ସହ ୧୨୮ଟି ଉଇକେଟ ହାସଲ କରିଛନ୍ତି। ସେହିପରି ସେ ୬୮ଟି ଟି୨୦ ମ୍ୟାଚ୍‌ ଖେଳି ୧, ୧୬୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ୮୯ ହେଉଛି ତାଙ୍କର ସର୍ବଶ୍ରେଷ୍ଠ ସ୍କୋର। ଟି୨୦ରେ ସେ ୬୯ ଟି ଉଇକେଟ ମଧ୍ୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri