Posted inଫୁରସତ

ଦୁଇଟି ଚେହେରା ଥିବା ବ୍ୟକ୍ତି

ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ଅସ୍ତିତ୍ୱ ବେଶ୍‌ ରହସ୍ୟମୟ ହୋଇଥାଏ। ଆଉ ସେହି ରହସ୍ୟକୁ ଭେଦ କରିବା କାହାପକ୍ଷେ ସମ୍ଭପର ହୋଇ ନ ଥାଏ। ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ସେହିଭଳି ଜଣେ ମଣିଷ ଥିଲେ। ଦାବି କରାଯାଉଥିଲା କି ତାଙ୍କର ଦୁଇଟି ଚେହେରା ଥିଲା। ଗୋଟିଏ ସାମ୍‌ନା ଭାଗରେ ଓ ଅନ୍ୟଟି ପଛପଟେ। ପୃଥିବୀର ସେ ଥିଲେ ଏକମାତ୍ର ଦୁଇ ଚେହେରା ବ୍ୟକ୍ତି। ତାଙ୍କ ନାମ ଥିଲା ଏଡଓ୍ବର୍ଡ ମୋରଡ୍ରାକ୍‌। କୁହାଯାଏ ପଛଭାଗର ଚେହେରା ସବୁବେଳେ ସକ୍ରିୟ ରହୁ ନ ଥିଲା। ହେଲେ ଶୋଇବା ସମୟରେ ସେହି ଚେହେରା ସକ୍ରିୟ ହୋଇଯାଉଥିଲା। ଆଉ ରାତିସାରା ଫୁସ୍‌ ଫୁସ୍‌ ହେଉଥିଲା। ୧୯୮୫ରେ ବୋଷ୍ଟନ୍‌ ପୋଷ୍ଟରେ ଏଡଓ୍ବର୍ଡଙ୍କ ସମ୍ପର୍କରେ ଲେଖା ପ୍ରକାଶ ପାଇଥିଲା। ସେଥିରେ ଲେଖାଥିଲା ଯେ, ଏଡଓ୍ବର୍ଡ ତାଙ୍କ ଦ୍ୱିତୀୟ ଚେହେରା ଯୋଗୁ ଅନେକ ସମସ୍ୟା ଭୋଗୁଥିଲେ। ରାତି ରାତି ଶୋଇପାରୁ ନ ଥିଲେ। ସେ ଡାକ୍ତରଙ୍କ ପାଖକୁ ଯାଇ ସେହି ଚେହେରାକୁ ବାହାର କରିଦେବାକୁ ଅନୁରୋଧ କରିଥିଲେ। ହେଲେ ସେ ସମୟରେ ଚିକିତ୍ସା ବିଜ୍ଞାନ ଏତେ ବିକଶିତ ହୋଇ ନ ଥିଲା। ତେଣୁ ସେମାନେ ମନା କରିଦେଇଥିଲେ। ଦ୍ୱିତୀୟ ଚେହେରାଟି ଭଲ ଭାବେ କଥା କହିପାରୁ ନ ଥିଲେ ହେଁ ହସି ପାରୁଥିଲା, କାନ୍ଦି ପାରୁଥିଲା, ଫୁସ୍‌ ଫୁସ୍‌ ହେବା ସହ ଅଜବ ଶବ୍ଦ ବାହାର କରିପାରୁଥିଲା। ନର୍କ ବିଷୟରେ ଫୁସ୍‌ ଫୁସ୍‌ ହୋଇ କହୁଥିଲା। ଏମିତି ବି କୁହାଯାଏ ଏଡଓ୍ବର୍ଡ ଯେବେ ହସୁଥିଲେ ଦ୍ୱିତୀୟ ଚେହେରା କାନ୍ଦୁଥିଲା ଓ ସେ କାନ୍ଦିଲେ ଦ୍ୱିତୀୟ ଚେହେରା ହସୁଥିଲା। ଫଳରେ ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ତାଙ୍କୁ ଯେବେ ୩୭ ବର୍ଷ ବୟସ ସେ ଆତ୍ମହତ୍ୟା କଲେ। ୧୮୯୬ର ମେଡିକାଲ ଏନ୍‌ସାଇକ୍ଲୋପିଡିଆରେ ଏଡଓ୍ବର୍ଡଙ୍କ ମେଡିକାଲ କଣ୍ଡିଶନ୍‌ ସମ୍ପର୍କରେ କୁହାଯାଇଛି। ତଥାପି ଅନେକେ ଏହାକୁ ଏକ କାହାଣୀ ବୋଲି ଭାବନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri