Posted inଖେଳ

ବାଂଲାଦେଶ ଅଧିନାୟକ ଶକିବଙ୍କୁ ୨ବର୍ଷ ସସ୍‌ପେଣ୍ଡ କଲା ଆଇସିସି

ଢାକା/ଦୁବାଇ, ୨୯ା୧୦ (ପି.ଟି.)- ବାଂଲାଦେଶ ଟେଷ୍ଟ ଏବଂ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ୨ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ଦୁର୍ନୀତି କାର୍ଯ୍ୟରେ ସାମିଲ ହେବାଲାଗି ତାଙ୍କୁ ୩ଥର ପ୍ରଲୋଭିତ କରାଯାଇଥିଲେ ମଧ୍ୟ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରି ନ ଥିଲେ। ଆଇପିଏଲରେ ଜଣେ ଭାରତୀୟ ସନ୍ଦିଗ୍ଧ ବୁକି ଏହି ଅଲରାଉଣ୍ଡରଙ୍କ ସହିତ ଯୋଗାଯୋଗ କରିଥିବା ପ୍ରକାଶ। ସସ୍‌ପେଣ୍ଡ ହୋଇଥିବାରୁ ଶକିବ ନଭେମ୍ବର ୩ରୁ ବାଂଲାଦେଶ କ୍ରିକେଟ ଦଳର ଭାରତ ଟୁର୍‌ରେ ସାମିଲ ହୋଇ ପାରିବେ ନାହିଁ। ଆଇସିସିର ନିର୍ଦ୍ଦେଶ ଅନୁସାରେ ଶକିବ ଏକ ବର୍ଷ ସମ୍ପୂର୍ଣ୍ଣ ସସ୍‌ପେଣ୍ଡ ହେବେ। ଏହି ସମୟ ମଧ୍ୟରେ ଯଦି ସେ ଆଇସିସିର ଦୁର୍ନୀତି ନିବାରଣ ନିୟମ ଉଲ୍ଲଂଘନ କରନ୍ତି ତେବେ ପୁଣି ୧୨ମାସ ସସ୍‌ପେଣ୍ଡ ହେବେ। ବାସନ୍ଦ ସମୟରେ ୩୨ବର୍ଷୀୟ ଏହି ଖେଳାଳି ଆସନ୍ତା ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ), ଏହି ସମାନ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ୱ ଟି୨୦ରେ ଅଂଶଗ୍ରହଣ କରିପାରିବେ ନାହିଁ।

ଶକିବ କହିଛନ୍ତି, ମୋର ସବୁଠାରୁ ପ୍ରିୟ ଖେଳରୁ ବାସନ୍ଦ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। କିନ୍ତୁ ଖେଳାଳି ନିୟମ ଉଲ୍ଲଂଘନ ପାଇଁ ମୋତେ ଯେଉଁ ଦଣ୍ଡ ବିଧାନ କରାଯାଇଛି ତାହାକୁ ଗ୍ରହଣ କରୁଛି। ଶକିବଙ୍କ ଅନୁପସ୍ଥିତିରେ ବରିଷ୍ଠ ଖେଳାଳି ମୁସ୍‌ଫିକର ରହିମ ବାଂଲାଦେଶ ଟେଷ୍ଟ ଦଳର ଅଧିନାୟକତ୍ୱ କରିବେ। ସେହିପରି ମହମୁଦୁଲ୍ଲା ରିୟାଦ ଏବଂ ମୋସାଡେକ୍‌ ହୋସେନଙ୍କ ମଧ୍ୟରୁ ଜଣେ କେହି ତିନୋଟି ଟି୨୦ ପାଇଁ ଦଳର ଅଧିନାୟକ ହେବେ। ଆଇସିସିର ନିର୍ଦ୍ଦେଶକ୍ରମେ ଶକିବଙ୍କୁ ଭାରତ ଟୁର୍‌ ପାଇଁ ଚାଲିଥିବା ବାଂଲଦେଶ ଅଭ୍ୟାସ ସେସନରୁ ବାଦ୍‌ ଦିଆଯାଇଛି। ବାଂଲାଦେଶ ଭାରତ ବିପକ୍ଷରେ ତିନୋଟି ଟି୨୦ ବ୍ୟତୀତ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଆଇସିସିର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ଶକିବଙ୍କୁ ଚଳିତ ବର୍ଷ ଜାନୁୟାରୀ ଓ ଅଗଷ୍ଟରେ ଦୁଇଥର ଜେରା କରିଛି। ଆଇସିସି କହିବା ଅନୁସାରେ ଦୀପକ ଅଗ୍ରଓ୍ବାଲ ନାମକ ଜଣେ ବୁକି ୩ଥର ପୃଥକ୍‌ ପୃଥକ୍‌ ଭାବେ ଟିମ୍‌ କମ୍ପୋଜିଶନ ଏବଂ ରଣକୌଶଳ ସମ୍ପର୍କରେ ଶକିବଙ୍କଠାରୁ ତଥ୍ୟ ନେବାକୁ ଚାହିଥିଲେ। ତନ୍ମଧ୍ୟରେ ୨୦୧୮ ଏପ୍ରିଲ ୨୬ରେ ଏକ ଘଟଣା ଅନ୍ୟତମ। ଏହି ଦିନ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ସନରାଇଜର୍ସ ୧୩ ରନରେ ବିଜୟ ଲାଭ କରିଥିଲା। ଅଗ୍ରଓ୍ବାଲ ୨୦୧୭ରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ) ଏବଂ ପରେ ୨୦୧୮ ଜାନୁୟାରୀରେ ଜିମ୍ବାଓ୍ବେ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ ବେଳେ ତଥ୍ୟ ସଂଗ୍ରହ କରିବା ଲାଗି ପ୍ରୟାସ କରିଥିଲେ। ବିପିଏଲ୍‌ରେ ଶକିବ ଢାକା ଡିନାମାଇଟ୍ସ ତରଫରୁ ଖେଳୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri