Categories: ଖେଳ

ବାଂଲାଦେଶ ଅଧିନାୟକ ପଦ ଛାଡ଼ିବେ ମୋର୍ତାଜା

ଢାକା,୫ା୩- ଜିମ୍ବାଓ୍ବେ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ପରେ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦରୁ ମଶ୍ରଫି ମୋର୍ତାଜା ବିଦାୟ ନେବେ। ୨୦୨୩ ବିଶ୍ୱକପ୍‌ ପୂର୍ବରୁ ଦଳ ପ୍ରସ୍ତୁତି କରିବା ପାଇଁ ବିସିବି ମୁଖ୍ୟ ନାଜିମୁଲ ହାସନ ଦୀର୍ଘ ଦିନ ଧରି ଅଧିନାୟକ ପଦରେ ଥିବା ମୋର୍ତାଜାଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ପଦ ଛାଡ଼ିବା ପରେ ଜଣେ ଖେଳାଳି ଭାବେ ମୋର୍ତାଜାଙ୍କ ଭବିଷ୍ୟତ ସମ୍ପର୍କରେ ପରିବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ। ସେ ୨୦୦୧ରେ ଅନ୍ତର୍ଜାତୀୟ ସିରିଜରେ ପଦାର୍ପଣ କରିଥିଲେ। ୨୦୧୦ରେ ସେ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱରେ ଥିଲେ। ମାତ୍ର ଏହାକୁ ବଜାୟ ରଖିପାରି ନ ଥିଲେ। ୨୦୧୪ ନଭେମ୍ବରରେ ତାଙ୍କୁ ଦ୍ୱିତୀୟ ଥର ଲାଗି ଦଳର ନେତୃତ୍ୱ ଦିଆଯାଇଥିଲା। ତାଙ୍କ ନେତୃତ୍ୱରେ ଦଳ ୨୦୧୫ ବିଶ୍ୱକପ୍‌ ନକଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଏହାବାଦ୍‌ ଦଳ ୨୦୧୭ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ଖେଳିଥିଲା। ମୋଟ ଉପରେ ମୋର୍ତାଜା ୮୭ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଦଳ ୪୯ ମ୍ୟାଚ୍‌ ଜିତିଥିବାବେଳେ ୩୬ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା।

Share